Categories: ବାଣିଜ୍ୟ

‘ଭବିଷ୍ୟତ ପିଢ଼ିକୁ ଶିକ୍ଷା ଅନୁକୂଳ ବାତାବରଣ’

ଭୁବନେଶ୍ୱର,୨୦।୧୨: ଆର୍ସେଲରମିତ୍ତଲ-ନିପ୍ପନଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଜରିଆରେ କେନ୍ଦୁଝର ଜିଲା ସେଡିଙ୍ଗ, କର ଏବଂ କରାକେନ୍ଦ୍ର ବସ୍ତିର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବାର ସୁବିଧା ନିମନ୍ତେ ସ୍କୁଲ ବସ୍‌ ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀର ‘ପଢ଼େଗା ଭାରତ’ ସିଏସ୍‌ଆର୍‌ ଯୋଜନା ଅଧୀନରେ ଉକ୍ତ ବସ ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି।
ଏ ସମ୍ପର୍କରେ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର ମୁଖ୍ୟ ବିକାଶ ୟାଦଭେନ୍ଦୁ କହିଛନ୍ତି, ସମାଜରେ ସ୍ଥାୟୀ ବିକାଶ ଆଣିବା ପାଇଁ କଠିନ ପରିଶ୍ରମ କରୁଛି, ଏପରିକି ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ବିଶେଷକରି ଉକ୍ତ ସ୍କୁଲ ବସ୍‌ ସେବା ଓ ସୁବିଧାର ଉନ୍ମୋଚନ କରି ଆମେ ଆମର ଭବିଷ୍ୟତ ପିଢ଼ିକୁ ଶିକ୍ଷା ଲାଭ କରିବାରେ ସାହାଯ୍ୟ କରିବା ପାଇଁ ଏକ ନମ୍ର ପ୍ରୟାସ କରିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।

Share