Categories: ଜାତୀୟ

କରୋନା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ବିଦ୍ୟାର୍ଥୀଙ୍କୁ ମିଳିବ ସୁବିଧା

ଭୋପାଳ,୨୦ ।୧: ମଧ୍ୟପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଡାକ୍ତର ମୋହନ ଯାଦବ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ବିଶ୍ୱବିଦ୍ୟାଳୟରେ ସ୍ନାତକତ୍ତୋର ପାଠ୍ୟକ୍ରମରେ ପ୍ରଥମ ଓ ତୃତୀୟ ବର୍ଷରେ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେହି ଯଦି କରୋନା ପାଇଁ ପରୀକ୍ଷା ଦେଇ ନ ପାରିଲେ ତେବେ ସେମାନଙ୍କୁ ସୁବିଧା ଦିଆଯିବ । ଅର୍ଥାତ୍ ପରୀକ୍ଷା ସରିବାର ୧୦ ଦିନ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ । ମହାମାରୀ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ତରକୁ ଗୁରୁତ୍ୱ ଦିଆଯାଇଛି । ଯାହା ଫଳରେ ଦେଶ ବିଦେଶରେ ପ୍ଲେସମେଣ୍ଟ ପାଇଁ ବିଦ୍ୟାର୍ଥୀମାନଙ୍କୁ କୌଣସି ଅବସୁବିଧା ଭୋଗିବାକୁ ପଡିବ ନାହିଁ । ଭୋପାଳରେ ଆୟୋଜିତ ଏକ ବୈଠକରେ ସେ ଏହି ଘୋଷଣା କରିଛନ୍ତି ।

Share