‘ଶିକ୍ଷିତ ହେଲେ ସାମାଜିକ ପ୍ରତିଷ୍ଠା ବଢ଼ିବ’

ବଲାଙ୍ଗୀର ଅଫିସ, ୨୧ । ୧୦ – ବଲାଙ୍ଗୀର ଠିକାଦାରପଡାସ୍ଥିତ ଜିଲା ଯାଦବ ଭବନ ପରିସରରେ ଯାଦବ ମହାସଭା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ଓ ଯୁବତୀ ଯୁବକ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥିଭାବେ ବଲାଙ୍ଗୀର ତହସିଲଦାର ମଘାବନ ବାଗ ଯାଦବ, ସମ୍ମାନିତ ଅତିଥି ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ରାଜ୍ୟ ଯୁବ ଯାଦବ ସଭାପତି ମନୋଜ ହାତୀ, ପୂର୍ବତନ ଜିଲା ସମ୍ପାଦକ ଡମନ ବଗର୍ତ୍ତୀ, ଉପଦେଷ୍ଟା ସତ୍ୟ ନାରାୟଣ ବାଗ ଯୋଗଦାନ କରିଥିଲେ। ପୌରାଞ୍ଚଳ ସଭାପତି ପଙ୍କଜ ସେଲମା ସଭା ପରିଚାଳନା କରିଥିଲେ। ମେଡିକାଲ ପାଠ୍ୟକ୍ରମ, ମାଟ୍ରିକ ଓ ଅନ୍ୟାନ୍ୟ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଆସ୍ଥା ପରୁଆ, ସାଗରିକା ପୋଢ, ନିହାର ରଞ୍ଜନ ପୋଢ, ତୁଷାର ରଞ୍ଜନ ପୋଢଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ା ଶିକ୍ଷା କ୍ଷେତ୍ରରେ ଅଧିକ ମନୋନିବେଶ କରି ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିବାକୁ ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ା ସଭାରେ ସନ୍ଦୀପ ବାଗ, ବିନୋଦ କୁମାର କାଲସାଏ, ପ୍ରଶାନ୍ତ ମହାକୁର, କୃଷ୍ଣ ଚନ୍ଦନ, ମହେନ୍ଦ୍ର ବାଗ, ବାଦଲ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ା

Share