କେନ୍ଦୁଝର,୨ା୮(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ୧୯୭୬ ମସିହାରୁ ଭୋଗ ଦଖଲ କରି ଆସୁଥିବା ଜମିରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ମସୁଧା ହେଉଥିବାରୁ ଦଖଲ କରିଆସୁଥିବା ଆଦିବାସୀମାନେ ଓଡ଼ିଶା କୃଷକ ମହାସଭାର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଜଣାଇଛନ୍ତି। ଭୂ-ବନ୍ଦୋବସ୍ତ ସମୟରେ କେତେକ ସ୍ଥାନୀୟ ପ୍ରଭାବଶାଳୀ ଲୋକ କୁଚକ୍ରାନ୍ତ କରି ତାଙ୍କ ନାମରେ ପଟ୍ଟା କରାଇ ଦେଇ ନ ଥିଲେ। ଏହି ଜମିରେ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲେ ହେଁ ସ୍ଥାନୀୟ ଲୋକ ବିରୋଧ ହେବାରୁ ୧୯୮୭ରୁ ୧୯୯୭ ମଧ୍ୟରେ କରିପାରି ନ ଥିଲେ ା ଉକ୍ତ ଜମି ଆଦିବାସୀଙ୍କ ନାମରେ ଲିଜ୍ ହେବା ପରେ ଏବେ କେତେକ ଅଣ ଓଡ଼ିଆ ଲୋକ ସ୍ଥାନୀୟ କିଛି ଲୋକଙ୍କୁ ହାତ କରି ଜମି ହଡ଼ପ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଏଣୁ ଆଦିବାସୀଙ୍କୁ ଲିଜ୍ ସୂତ୍ରରେ ଦିଆଯାଇଥିବା ଜମିକୁ ସେମାନଙ୍କ ନାମରେ ପଟ୍ଟା ଦେବାକୁ ଦାବି କରିଛନ୍ତି।