ଏହି ଜିଲାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାତି ପାହିଲେ ପୌର ନିର୍ବାଚନ । ଏଥିନିମନ୍ତେ ଖୋର୍ଦ୍ଧା ଜିଲାର ସବୁ ଶିକ୍ଷାନୁଷ୍ଠାନକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ବୁଧବାର ଓ ଗୁରୁବାର ଜିଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଖୋର୍ଦ୍ଧା ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ପୌର ନିର୍ବାଚନ ଲାଗି ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ପୋଲିଂ କର୍ମଚାରୀ ବୁଥ୍‌ରେ ପହଞ୍ଚିବେ। ସେମାନେ ଆଜି ଅପରାହ୍ନ ସୁଦ୍ଧା ସବୁ ବୁଥରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ ।

Share