ଶିକ୍ଷାବିତ୍‌ ବେଣୁମାଧବଙ୍କ ପରଲୋକ

ବାଲେଶ୍ବର,୧୭।୬: ବାଲେଶ୍ୱର ଜିଲାର ବରିଷ୍ଠ ଶିକ୍ଷାବିତ୍‌ ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିଚାଳନା ନିର୍ଦ୍ଦେଶକ ବେଣୁମାଧବ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ୧୨ଟାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଥିଲା । ଫଳରେ ତାଙ୍କୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ମୃତଦେହ ଗୁରୁବାର ବାଲେଶ୍ବର ଅଣାଯିବ ବୋଲି ଜଣାପଡିଛି । ସେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ହୋଇଥିବା ବେଳେ ବାଲେଶ୍ବରରେ ସମାଜସେବା ତଥା ରାଜନୀତି କ୍ଷେତ୍ରରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଥିଲେ। ଏହା ସହିତ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ।

Share