Categories: ଜାତୀୟ

ମା’ ହେବେ ସୀମା ହାଇଦର: ହାତରେଖା ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ,୧।୧: ଗତ ବର୍ଷ ଚର୍ଚ୍ଚାକୁ ଆସିଥିବା  ଅନେକ ପ୍ରେମକାହାଣୀ ମଧ୍ୟରୁ ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ ଅନ୍ୟତମ। ତେବେ ନୂଆବର୍ଷରେ  ଏହି  ଯୋଡ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୀମା ମା’ ହେବାକୁ ଯାଉଛନ୍ତି। ଏକ ଗଣମାଧ୍ୟମରେ  ସାକ୍ଷାତ୍କାର ଦେଇ ସୀମା ଏହା କହିଛନ୍ତି। ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ  ସୀମା କହିଥିଲେ, ଏତେ ଶୀଘ୍ର ନ ହେଲେ ବି ସଚିନ ଓ ତାଙ୍କର ଏକ ପିଲା ନିଶ୍ଚୟ ହେବ।
ସୀମାଙ୍କ ଶ୍ୱଶୁର  ଗଣମାଧ୍ୟମକୁ  କହିଛନ୍ତି,  ସେ ବୋହୂର ହାତ ରେଖା ଦେଖିଛନ୍ତି। ସଚିନ ଓ ସୀମାଙ୍କର ପ୍ରଥମେ ପୁଅ ହିଁ ହେବ।
ସୂଚନାଯୋଗ୍ୟ, ସୀମା ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି।
Share