ଆଲିଆ-ରଣବୀରଙ୍କ ବିବାହ ହୋଇସାରିଥିବା କହିଲେ ମା’

ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କହାଯାଉଛି ଯେ , ଉଭୟ ଚଳିତ ମାସ ୧୪ ରୁ ୧୭ ଏପ୍ରିଲ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ସବୁ ଖବର ମଧ୍ୟରେ ବର୍ତ୍ତମାନ ରଣବୀରଙ୍କ ମା’ ତଥା ଅଭିନେତ୍ରୀ ନିତୁ କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପାପାରାଜି ନିତୁଙ୍କୁୁ ଆଲିଆ ଏବଂ ରଣବୀରଙ୍କ ବିବାହ ସମ୍ବନ୍ଧୀୟ ପ୍ରଶ୍ନ ପଚାରୁଛନ୍ତି, ନିତୁ ଉଭୟ ବିବାହ କରିସାରିଥିବା କହିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଶୁକ୍ରବାର ନିତୁ ତାଙ୍କ ଆଗାମୀ ଶୋ ‘ଡ୍ୟାନ୍ସ ଦିୱାନେ ଜୁନିଅର’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ, ନିିତୁ କପୁରଙ୍କୁ ଦେଖିବା ପରେ ପାପାରାଜି ତାଙ୍କୁ ଘେରି ଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ପାପାରାଜି ନିତୁଙ୍କୁ ରଣବୀର ଏବଂ ଆଲିଆଙ୍କ ବିବାହ ବିଷୟରେ ପଚାରୁଛନ୍ତି। ପାପାରାଜି କହୁଛନ୍ତି, ‘ନିତୁ ଜୀ ବିବାହ ତାରିଖ କୁହ। ନିତୁ କୁହନ୍ତି, ‘କାହାର’। ପାପାରାଜି କୁହନ୍ତି, ‘ଆର୍‌ କେ ସାରଙ୍କର। ପାପାରାଜିର ଏହି ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ନିତୁ କୁହନ୍ତି, ‘ତାରିଖ ପରମେଶ୍ୱର ଜାଣନ୍ତି। ‘ ନିତୁଙ୍କ ଉତ୍ତର ଶୁଣି ଏକ ପାପାରାଜି ମଧ୍ୟ ପଚାରିଛନ୍ତି, ‘କେହି କେହି ୧୪ ଏପ୍ରିଲରେ କହୁଛନ୍ତି, କେହି ଜଣେ ୧୫ ଏପ୍ରିଲରେ କହୁଛନ୍ତି। ତୁମେ କୁହ। ‘ନିତୁ ଉତ୍ତରରେ କହୁଛନ୍ତି ଏହା ହୋଇସାରିଛି।

Share