ବଲାଙ୍ଗୀରରେ କୋସଲ ମହାବନ୍ଦର ପ୍ରଭାବ

ବଲାଙ୍ଗୀର ଅଫିସ,୭।୯: କୋସଲ ସେନା ଓ କୋସଲ ମୁକ୍ତି ମୋର୍ଚ୍ଚା ଡାକରାରେ ବୁଧବାର ୧୨ ଘଣ୍ଟିଆ କୋଶଲ ମହାବନ୍ଦ ପାଳନ ଆରମ୍ଭ ହୋଇଛି । ବଲାଙ୍ଗୀର ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ ବେସରକାରୀ ଅଫିସ ଓ ସଂସ୍ଥା ଆଦି ବନ୍ଦ ରହିଛି। ଏହାସହ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସମର୍ଥନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋସଲବାଦୀ ଯୁବନେତା ସିପୁନ ଖମାରୀଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ସହରରେ ବାଇକ ରାଲି କରିଛନ୍ତି। କୋସଲ ପ୍ରଦେଶ ଦାବି କରି ସ୍ଲୋଗାନ ଦେବା ସହ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି।

Share