କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ଓ ପରିବା ଅଭାବୀ ବିକ୍ରି ସାଧାରଣରେ ପରିଣତ ହୋଇଛି। ଅନ୍ୟପଟେ କେତେବେଳେ ବର୍ଷାଭାବ ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍‌ ହୋଇ ଯାଉଛି। ଅନୁରୂପଭାବେ ଶନିବାର ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଉଭୟ ଧାନ ଏବଂ ପରିବା ଫସଲ ଉଜୁଡ଼ି ଯାଇଛି। ଝଡ଼ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଯୋଗୁ ଧାନ ଫସଲ ଅଧିକ ପ୍ରଭାବିତ ହୋଇଥିବାବେଳେ ଗଛରୁ ଆମ୍ବ ମଧ୍ୟ ଝଡ଼ି ନଷ୍ଟ ହୋଇପଡ଼ିଛି। ଏହାକୁ ନେଇ ଚାଷୀକୁଳ ହତାଶ ହୋଇପଡ଼ିଛି।
ଜିଲାର ଭେଡେନ ବ୍ଲକର ୪ପଞ୍ଚାୟତ ରେଶମ, ଅଇଁଲାପାଲି, ଅରେଇଗୁଡ଼ି ଏବଂ ଲୁହାଖଣ୍ଡିରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। ମଧ୍ୟରାତ୍ରିରେ ଝଡ଼ତୋଫାନ ସହିତ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ଅନେକ ଧାନ ଫସଲ ସେଥିରେ ପ୍ରଭାବିତ ହୋଇଛି। କୁଆପଥର ବୃଷ୍ଟି ଯୋଗୁ ଧାନଗଛ ଗୁଡ଼ିକ ମାତ୍ରାଧିକଭାବେ ନଷ୍ଟ ହୋଇପଡ଼ିଛି। ସେହିପରି ଧାନକ୍ଷେତରେ ଗଛଗୁଡ଼ିକ ଢ଼ଳି ପଡ଼ିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଧାନ କ୍ଷେତକୁ ବିଦ୍ୟୁତ ତାର ଓହଳି ପଡ଼ିଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳ ବିପଦଶଙ୍କୁଳ ହୋଇପଡ଼ିଛି। ରେଶମ ଗ୍ରାମର ଅଧିକାରୀ ପାତ୍ରଙ୍କ ଧାନକ୍ଷେତରେ ଗଛ ଢ଼ଳି ପଡ଼ିଛି। ଅନୁରୂପଭାବେ ଅଇଁଲାପାଲି ଗ୍ରାମର ନିର୍ମଳ ପ୍ରଧାନ, ଧୁବେନପାଲି ଗ୍ରାମର ଗଣ୍ଡାରାମ ଦାଶଙ୍କ ସମେତ ଅଞ୍ଚଳର ଅଧିକାଂଶ ଚାଷୀଙ୍କ ଧାନ ଫସଲ କାଳବୈଶାଖୀର ପ୍ରଭାବରେ ଧୂଳିସାତ୍‌ ହୋଇପଡ଼ିଛି।
ସେହିପରି କାଳବୈଶାଖୀ ଯୋଗୁ ଗଛରୁ ଆମ୍ବ ଝଡ଼ି ନଷ୍ଟ ହୋଇଯାଇଥିବା ଯୋଗୁ ଆମ୍ବଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବିଗତବର୍ଷ ତୁଳନାରେ ଏଥର ଆମ୍ବଗଛ ଗୁଡ଼ିକରେ ପର୍ଯ୍ୟାପ୍ତ ଆମ୍ବ ଆସିଥିଲା। କିନ୍ତୁ ତାହା ଅମଳ ଅବସ୍ଥାକୁ ଆସୁଥିବାବେଳେ କାଳବୈଶାଖୀର ପ୍ରଭାବରେ ଝଡ଼ି ନଷ୍ଟ ହୋଇଯାଇଛି। ଅମ୍ବାଭୋନା, ଭଟଲି ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କେବଳ ଭେଡ଼େନ, ଅମ୍ବାଭୋନା କିମ୍ବା ଭଟଲି ବ୍ଲକ ନୁହେଁ, ଜିଲାର ଅନ୍ୟ ଅଞ୍ଚଳରେ ମଧ୍ୟ କାଳବୈଶାଖୀରେ ଫସଲ ପ୍ରଭାବିତ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। କାଳବୈଶାଖୀରେ ପ୍ରଭାବିତ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭେଡ଼େନ ଅଞ୍ଚଳର ଚାଷୀନେତା ସୁଦାମ ପାତ୍ର ଦାବି କରିଛନ୍ତି। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ସେହିପରି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ(ଏଡିଏଚ୍‌) ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ଭଟଲି ଏବଂ ଅମ୍ବାଭୋନା ବ୍ଲକର ଚାଷୀମାନେ ସେମାନଙ୍କ ପରିବା ଫସଲକ୍ଷତି ନେଇ ଫୋନ କରିଥିଲେ। ବିଭାଗୀୟ କର୍ମଚାରୀଙ୍କୁ ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସହିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନେ ଫେରିବା ପରେ କ୍ଷୟକ୍ଷତି ଉପରେ ଜଣାପଡ଼ିବ ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି...

ଓଲଟିଲା ଗାଡ଼ି, ଲୋକେ ନେଇଗଲେ କୁକୁଡ଼ା

ବଡ଼ଗାଁ,୨୬।୩(ଅଶୋକ ଷଡ଼ଙ୍ଗୀ)-ବଡ଼ଗାଁ ଷ୍ଟେଟବ୍ୟାଙ୍କ ନିକଟ ରାଜ୍ୟ ରାଜପଥରେ ମଙ୍ଗଳବାର ସକାଳେ ଦୁର୍ଘଟଣାରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ସାବତ ବାପା ଗିରଫ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଅଭିଯୁକ୍ତ ସାବତ ବାପାଙ୍କୁ ଗିରଫ କରି...

୧୩ ମାସ ହେଲା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ: ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,୨୬ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି ଏନେଇ ସମ୍ପୃକ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିରୋଧରେ...

କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ନେଇ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୨୬ା୩(ଦିଲ୍ଲୀପ ସାମଲ): ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର...

ଏପ୍ରିଲ ୨ରୁ ଖଡ଼ିଛୁଆଁ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କାର୍ଡ ବଣ୍ଟନ କଲେ ସରପଞ୍ଚ, ଶିକ୍ଷାଧିକାରୀ

କର୍ଲାମୁଣ୍ଡା,୨୬ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଖଡ଼ିଛୁଆଁ ପ୍ରବେଶ ଉତ୍ସ ନିମନ୍ତ୍ରଣ କାର୍ଡ ବଣ୍ଟନ...

ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି...

ଏନ୍‌ସିସି କ୍ୟାଡେଟ୍‌ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୫ ଜଣ ଏନ୍‌ସିସି କ୍ୟାଡେଟ୍‌ ଦିଲ୍ଲୀରେ ୨୦୨୩ରୁ ୨୦୨୫ ମଧ୍ୟରେ ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image