ଆମେରିକାରେ କାନାଡା ଜଙ୍ଗଲ ନିଆଁର ପ୍ରଭାବ

ଓ୍ବାଶିଂଟନ,୮ା୬: କାନାଡା ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ପୂର୍ବ ତଟ ଏବଂ ମଧ୍ୟପଶ୍ଚିମ ଦେଶରେ ଜଙ୍ଗଲ ନିଆଁରୁ ଧୂଆଁ ବ୍ୟାପି ଉଭୟ ଦେଶର ରାଜଧାନୀକୁ ଘନ କୁହୁଡ଼ିରେ ବୁଧବାରଠାରୁ ଆଚ୍ଛାଦିତ କରି ରଖିଛି। ଫଳରେ ଲୋକେ ପ୍ରତିକ୍ଷଣରେ ବିଷାକ୍ତ ନିଃଶ୍ୱାସ ନେଉଛନ୍ତି।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଦେଶ ଆଜି ପର୍ଯ୍ୟନ୍ତ ଇତିହାସର ସବୁଠାରୁ ଖରାପ ଜଙ୍ଗଲ ଅଗ୍ନିକାଣ୍ଡ ଦେଇ ଗତି କରୁଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ତାଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି।

Share