Categories: ଜାତୀୟ

ରେମାଲର ପ୍ରଭାବ: ପ୍ରବଳ ପବନ ସାଙ୍ଗକୁ ବର୍ଷା, ଉପୁଡ଼ିଲା ବଡ଼ବଡ଼ ଗଛ

କୋଲକାତା,୨୭ା୫: ସାମୁଦ୍ରିକ ଝଡ଼ ରେମାଲ ଲ୍ୟାଣ୍ଡଫଲ୍‌ କରିବା ପରେ କୋଲକାତାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋଲକାତାର ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଯାଇଛି। କେବଳ ଏତିକି ନୁହେଁ, ଝଡ଼ତୋଫାନ ଯୋଗୁ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି। ଏହି କାରଣରୁ ଅନେକ ସ୍ଥାନରେ ରାସ୍ତା ଜାମ ହୋଇଯାଇଛ। ଏନ୍‌ଡିଆର୍‌ଏଫ୍‌ ସମେତ ସମସ୍ତ ଏଜେନ୍ସି ଗଛଗୁଡ଼ିକୁ ହଟାଇବା କାର୍ଯ୍ୟରେ ଲାଗିଛନ୍ତି।

ବିଭିନ୍ନ ଉତ୍ତର-ପୂର୍ବ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ସୁରକ୍ଷା ବାହିନୀକୁ ଅଧିକ ସତର୍କ କରାଯାଇଛି। ଭୟଙ୍କର ସାମୁଦ୍ରିିକ ଝଡ଼ ଆସିବା ପୂର୍ବରୁ ଜିଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ, ଆସାମ, ମେଘାଳୟ, ତ୍ରିପୁରା, ମଣିପୁର ଏବଂ ମିଜୋରାମ ସରକାର ପୃଥକ୍‌ ଉପଦେଷ୍ଟା ଜାରି କରିଛନ୍ତି ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ, ଜିଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗକୁ ସର୍ବାଧିକ ସତର୍କ ରହିବାକୁ କହିଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସ୍‌ଡିଏମ୍‌ଏ) କହିଛି ମେ’ ୨୭ ଏବ୨୮ରେ ଆସାମ ତଥା ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share