ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ ସଙ୍କଟ ଜନକ ହେବାରେ ଲାଗିଛି। ଶରୀରରେ ଫ୍ଲୋରାଇଡ୍‌ ଅଧିକ ହେବାଯୋଗୁ ହାଡ଼ରେ ଫ୍ଲୋରୋସିସ୍‌ ହେଉଛି। ଫଳରେ ହାତ ଗୋଡ଼ ବଙ୍କା ହେବାରେ ଲାଗିଛି। ମେରୁଦଣ୍ଡ ଶରୀରର ବୋଝ ସହିପାରୁ ନାହିଁ। ସ୍ଥାନୀୟ ବାସିନ୍ଦା ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କୁହାଯାଉଛି। ପ୍ରଶାସନିକ ଉଦାସୀନତା ଯୋଗୁ ପଞ୍ଚାୟତବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଉଛି। ପ୍ରତିଘରେ ଅକାଳ ବାର୍ଦ୍ଧକ୍ୟ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Share