ଯୁଦ୍ଧର ପ୍ରଭାବ, ଭାରତୀୟ ଶେୟାର ବଜାରରେ ସଙ୍କଟ…

ମୁମ୍ବାଇ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସୋମବାର ସପ୍ତାହର ପ୍ରଥମ ବାଣିଜ୍ୟ ଦିବସରେ ଭାରତୀୟ ଷ୍ଟକ ବଜାରରେ ହ୍ରାସ ସହ କାରବାର ଆରମ୍ଭ ହୋଇଛି। ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ଇଣ୍ଡେକ୍ସ ସେନସେକ୍ସ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ଏସୀୟ ଷ୍ଟକ ମାର୍କେଟରେ ଅଶୋଧିତ ତୈଳ ଦରରେ ରେକର୍ଡ ବୃଦ୍ଧି ଯୋଗୁ ହ୍ରାସର ସମ୍ମୁଖୀନ ହୋଇଛି।

ଫଳରେ ସେନସେକ୍ସ ୫୩,୦୦୦ ପଏଣ୍ଟ ତଳକୁ ଖସି ଆସିଥିବାବେଳେ ନିଫ୍ଟି ୧୬,୦୦୦ ପଏଣ୍ଟକୁ ଖସି ଆସିଛି। ସୋମବାର ସକାଳେ ସେନସେକ୍ସ ୧୨୦୦ ପଏଣ୍ଟ ଏବଂ ନିଫ୍ଟି ପ୍ରାୟ ୩୫୦ ପଏଣ୍ଟ ହ୍ରାସ ସହିତ କାରବାର ଆରମ୍ଭ କରିଥିଲେ।

ସେନସେକ୍ସର ସମସ୍ତ ୩୦ଟି ଷ୍ଟକ ଲାଲ ମାର୍କରେ କାରବାର କରୁଥିବାବେଳେ ନିଫ୍ଟିର ୫୦ ଟି ଶେୟାର ୪୬ ହ୍ରାସ ସହିତ ରେଡ ମାର୍କରେ ଏବଂ ଚାରିଟି ଶେୟାର ସବୁଜ ମାର୍କରେ କାରବାର କରୁଛି।

Share