ଆଇନ ପରିବର୍ତ୍ତନର ପ୍ରୟାସ

ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ସରକାର ଭାରତର ପର୍ସନାଲ ଲ’ ବା ବ୍ୟକ୍ତଗତ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବ। ସେ ମଧ୍ୟ କହିଥିଲେ, ଏକ କମ୍ୟୁନାଲ ସିଭିଲ କୋଡ୍‌( ସାମ୍ପ୍ରଦାୟିକ ନାଗରିକ ସଂହିତା)ରେ ୭୫ ବର୍ଷ ରହିବା ପରେ ଏବେ ନୂଆ ସେକ୍ୟୁଲାର ସିଭିଲ କୋଡ୍‌ ବା ଧର୍ମନିରପେକ୍ଷ ନାଗରିକ ସଂହିତା ଆଡ଼କୁ ଗତିକରିବା ଅତି ଜରୁରୀ। ଥରେ ଏହି ପରିବର୍ତ୍ତନ ହେଲେ ତାହା ଧର୍ମୀୟ ଭେଦଭାବ ଦୂରକରିବା ସହ ସାଧାରଣ ନାଗରିକଙ୍କ ମନରେ ଥିବା ପ୍ରଭେଦ ହ୍ରାସ କରିବ ବୋଲି ସେ କହିଥିଲେ। ପର୍ସନାଲ ଲ’ ବିବାହ, ଛାଡ଼ପତ୍ର ଏବଂ ଉତ୍ତରାଧିକାରକୁ ସଞ୍ଚାଳିତ କରିଥାଏ। ଏହି ବିଷୟରେ ଭାଜପା ଜଡ଼ିତ ରହିଆସିଛି। ବିଶେଷକରି ମହିଳାମାନଙ୍କ ଉତ୍ତରାଧିକାର ଉପରେ ଡ. ଆମ୍ବେଡ୍‌କର ହିନ୍ଦୁ ବ୍ୟକ୍ତିଗତ ଆଇନରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। ପାରମ୍ପରିକ ଉତ୍ତରାଧିକାର ଆଇନର ଦୁଇଟି ପ୍ରଭାବୀ ଦିଗକୁ ସେ ଚିହ୍ନଟକଲେ ଏବଂ ମହିଳାମାନଙ୍କ ଉତ୍ତରାଧିକାରକୁ ଅଧିକ ସ୍ବଚ୍ଛ କରିବାକୁ ସେଥିରୁ ଗୋଟିଏକୁ ସଂଶୋଧନ କଲେ। ଏହାକୁ ଆର୍‌ଏସ୍‌ଏସ୍‌ର ରାଜନୈତିକ ସଙ୍ଗଠନ ଗ୍ରହଣକରି ନ ଥିଲା। ଜନସଂଘ ତା’ର ୧୯୫୧ ମାନିଫେଷ୍ଟୋରେ ହିନ୍ଦୁ କୋଡ୍‌ ବିଲ୍‌କୁ ବିରୋଧକରି କହିଥିଲା ଯେ, ସାମାଜିକ ସଂସ୍କାର ବାହାରୁ ନୁହେଁ ବରଂ ସମାଜ ଭିତରୁ ଆସିବା ଉଚିତ। ୧୯୫୭ରେ ଏହା କହିଥିଲା, ପ୍ରାଚୀନ ସଂସ୍କୃତିରେ ଏହାର ଆଧାର ନ ରହିବାରୁ ଏଭଳି ପରିବର୍ତ୍ତନ ଗ୍ରହଣୀୟ ହେଲା ନାହିଁ। ୧୯୫୮ର ମାନିଫେଷ୍ଟୋରେ ପାର୍ଟି ଲେଖିଥିଲା, ଯୌଥ ପରିବାର ଏବଂ ସ୍ଥାୟୀ ବିବାହ ହିନ୍ଦୁ ସମାଜର ଆଧାର। ଏହି ଆଧାରକୁ ପରିବର୍ତ୍ତନ କରୁଥିବା ଆଇନଗୁଡ଼ିକ ଶେଷରେ ସମାଜରେ ବିଚ୍ଛିନ୍ନତାର କାରଣ ହେବ। ତେଣୁ ଜନସଂଘ ହିନ୍ଦୁ ବିବାହ ଏବଂ ହିନ୍ଦୁ ଉତ୍ତରାଧିକାର ଆଇନକୁ ରଦ୍ଦ କରିବ। ସମୟକ୍ରମେ ଅଣୁପରିବାର ଏବଂ ଛାଡ଼ପତ୍ର ସମାଜରେ ଗ୍ରହଣୀୟ ହେବାରୁ ଦଳ କୌଣସି କାରଣ ନ ଦର୍ଶାଇ ଏଥିରୁ ଓହରିଗଲା। ୧୯୬୭ ମାନିଫେଷ୍ଟୋରେ ଏହା ୟୁନିଫର୍ମ ସିଭିଲ କୋଡ୍‌ ବା ଏକକ ନାଗରିକ ସଂହିତା (ୟୁସିସି) ପାଇଁ ଆହ୍ବାନ ଦେଇଥିଲା। ସେବେଠାରୁ ଏହା ଦଳର ସମସ୍ତ ମାନିଫେଷ୍ଟୋରେ ରହିଥିଲା ଏବଂ କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା। ୨୦୧୪ ଏବଂ ୨୦୧୯ରେ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ଉଭୟ ନିର୍ବାଚନରେ ଏହାର ମାନିଫେଷ୍ଟୋରେ ୟୁସିସି ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହାକୁ ନେଇ ଆଇନ ପ୍ରଣୟନ କିମ୍ବା ଚିଠା ପ୍ରସ୍ତୁତ ହୋଇପାରିଲା ନାହିଁ। ବର୍ତ୍ତମାନ ଭାଜପା ସାଂସଦଙ୍କ ସଂଖ୍ୟା ହ୍ରାସ ପାଇ ୨୪୦ ଅଛି ଏବଂ ପୁନର୍ବାର ୟୁସିସି ଉପରେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ କିଏ କିଭଳି ପୂରଣ କରାଯିିବ? ମୋଦି ଏବଂ ତାଙ୍କ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଆଇନର ଚିଠା ବା ଡ୍ରଫ୍ଟ ଏବେ କେଉଁଠି ଅଛି? ଅବଶ୍ୟ ଏହା ନାହିଁ। ଯାହା କେବଳ ଭାଷଣରେ।
ଅଧିକାଂଶ ଲୋକ ଧାରା ୩୭୦କୁ ଜାଣନ୍ତି, ଯାହା ବହୁଦିନରୁ ଭାଜପାର ଟାର୍ଗେଟରେ ଥିଲା ଓ ୨୦୧୯ରେ ଏହାକୁ ହଟାଇ ଦିଆଗଲା। ଅପରପକ୍ଷରେ ଧାରା ୩୭୧ ବିଷୟରେ ଖୁବ୍‌ କମ୍‌ ଜାଣନ୍ତି। ଧାରା ୩୭୧ କହେ, ନାଗାଲାଣ୍ଡର ବିଧାନସଭା ପ୍ରସ୍ତାବ ଅନୁଯାୟୀ ନିଷ୍ପତ୍ତି ହୋଇ ନ ଥିଲେ ନାଗାମାନଙ୍କର ଧର୍ମୀୟ ଓ ସାମାଜିକ ପ୍ରଥା ଏବଂ ନାଗା ପାରମ୍ପରା ଆଇନ ଓ ପ୍ରକ୍ରିୟା ଉପରେ ସଂସଦର କୌଣସି ଆଇନ ନାଗାଲାଣ୍ଡ ରାଜ୍ୟ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ତେବେ ନାଗା ରୀତିନୀତି ବିରୋଧୀ ଏକ ଧର୍ମନିରପେକ୍ଷ ସିଭିଲ କୋଡ୍‌ କ୍ଷେତ୍ରରେ କ’ଣ ହେବ? ମାର୍ଚ୍ଚ ୨୦୧୮ରେ ନାଗାଲାଣ୍ଡ ବାର୍‌ ଆସୋସିଏସନ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କୁ ଏକ ସ୍ମାରକପତ୍ର ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ଆଇନ ସମ୍ବନ୍ଧୀୟ ଅନେକ କେନ୍ଦ୍ରୀୟ ଆଇନ ନାଗା ସାମାଜିକ ରୀତିନୀତି ଏବଂ ପ୍ରଥାକୁ ବିରୋଧକରେ। ଭାରତ ସମ୍ବିଧାନର ଧାରା ୩୭୧-ଏର ପ୍ରାବଧାନ ବ୍ୟତୀତ ବ୍ୟକ୍ତିଗତ ଆଇନଗୁଡ଼ିକ ପ୍ରସଙ୍ଗରେ ବୈଧାନିକ କ୍ଷମତା ରାଜ୍ୟ ବିଧାନସଭା ଉପରେ ନ୍ୟସ୍ତ ହୋଇଛି। ଉଲ୍ଲେଖ କରାଯାଇଥିବା ଆଇନଗୁଡ଼ିକ ହେଲା ଭାରତୀୟ ଉତ୍ତରାଧିକାରୀ ଆଇନ, ୧୯୨୫; ସ୍ବତନ୍ତ୍ର ବିବାହ ଆଇନ, ୧୯୫୪; ଭାରତୀୟ ଛାଡ଼ପତ୍ର ଆଇନ, ୧୮୬୯; ଜନ୍ମ, ମୃତ୍ୟୁଏବଂ ବିବାହ ପଞ୍ଜୀକରଣ ଆଇନ, ୧୮୮୬; ଗାର୍ଡିଅନ୍ସ ଏବଂ ୱାର୍ଡସ୍‌ ଆକ୍ଟ, ୧୮୯୦ ଏବଂ ଫ୍ୟାମିଲି କୋର୍ଟ ଆକ୍ଟ, ୧୯୮୪। ବାର୍‌ ଆସୋସିଏସନ କହିଥିଲା ଯେ ଏହି ନିୟମଗୁଡିକ ଆମ ନିଜ ରାଜ୍ୟର ଆଇନ ଦ୍ୱାରା ବଦଳାଯିବା ଆବଶ୍ୟକ।
ଧାରା ୩୭୧ରେ ସମାନ ପ୍ରକାର ବ୍ୟବସ୍ଥା ମିଜୋମାନଙ୍କ ପାଇଁ ଥିବା ପରମ୍ପରା, ପ୍ରଥା ତଥା ରୀତିନୀତି ସମ୍ପର୍କିତ ୩୭୧-ଜି ଆଇନକୁ ସୁରକ୍ଷିତ କରେ। ତେବେ ଦୁଇଟି ବିଷୟ ଉପରେ ଏବେ ବିଚାର କରାଯାଉ। ପ୍ରଥମତଃ ପ୍ରଧାନମନ୍ତ୍ରୀ ଏକ ଡ୍ରାଫ୍ଟ ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ତାଙ୍କ ୟୁନିଫର୍ମ କିମ୍ବା ଧର୍ମନିରପେକ୍ଷ ସିଭିଲ କୋଡ୍‌ ଆହ୍ବ୍‌ାନକୁ ବିରୋଧ କରିବା କିମ୍ବା ତା’ ଉପରେ ମନ୍ତବ୍ୟ ଦେବାର କୌଣସି ଅର୍ଥ ନାହିଁ। ସେ ଏହା କରି ଦେଖାଇବାକୁ ଉତ୍ସାହିତ ହେବା ଜରୁରୀ। ଦ୍ୱିତୀୟ ବିଷୟ ହେଉଛି, ତାଙ୍କ ଦଳର ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ନ ଥିବାରୁ ସେ ଏହାକୁ କାହିଁକି ଉଠାଉଛନ୍ତି। ସେହିଭଳି ୱକଫ୍‌ ବିଲ୍‌ କାହିଁକି ଉପସ୍ଥାପିତ ହେଲା ,ଯେତେବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ ୨୪୦ଟି ଆସନରେ ଥିବା ଭାଜପା ଏହାକୁ ପାସ୍‌ କରିପାରିବ ନାହିଁ ଏବଂ ଏହାର ସହଯୋଗୀମାନେ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗକୁ ନେବାକୁ ଆଗ୍ରହୀ ନୁହନ୍ତି? ରବିଶ କୁମାର ଏବଂ ଧ୍ରୁବ ରାଠୀଙ୍କ ପରି ଲୋକଙ୍କ କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ଏକ ପ୍ରସାରଣ ବିଲ୍‌ କାହିଁକି ଲେଖାଗଲା, ଯେତେବେଳେ ଏହା ସ୍ପଷ୍ଟ ଥିଲା ଯେ ଏଥିରେ ଅସୁବିଧା ହେବ। ଏହି ଉଭୟ ପ୍ରସ୍ତାବିତ ଆଇନ ୪ ଜୁନ୍‌ ୨୦୨୪ ପରେ ଭାରତର ବାସ୍ତବ ପରିସରକୁ ଚାଲିଆସିଛି। ଧର୍ମନିରପେକ୍ଷ ନାଗରିକ ସଂହିତା ଉପରେ ମୋଦିଙ୍କ ଅଭିଭାଷଣରୁ ଜଣାପଡ଼ୁଛି ଯେ, ନିର୍ବାଚନର ଫଳାଫଳ ତଥା ଅର୍ଥକୁ ସେ ଠିକ୍‌ ଭାବେ ବୁଝିନାହାନ୍ତି ଏବଂ ଏହା ତାଙ୍କ ତେଜକୁ ନିଷ୍ପ୍ରଭ କରୁଛି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ...

ଲୋକଙ୍କ ସରକାରରେ ରାଜ୍ୟର ‘ସୁଭଦ୍ରା’ ହେବେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶାର ସାମାଜିକ ନ୍ୟାୟ ଇତିହାସରେ ଆଜି ଏକ ଗୌରବମୟ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ସୁଭଦ୍ରା...

ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ...

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

ସ୍ବାଧୀନତା ସଂଗ୍ରାମରେ ଲୁଣିଆ ଗୁଳିକାଣ୍ଡ

ଭଦ୍ରକ ସବ୍‌ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ...

ବୁଲ୍‌ଡୋଜର ନ୍ୟାୟ ଉପରେ ସୁପ୍ରିମ୍‌ ବ୍ରେକ୍‌

ଗତ କିଛି ବର୍ଷ ଧରି ବୁଲ୍‌ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ...

ଜନସାଧାରଣଙ୍କ କୋର୍ଟରେ ବଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri