Categories: ଜାତୀୟ

ଫଡନାଭିସ୍‌ଙ୍କୁ ମନାଇବା ଉଦ୍ୟମ: ନୂଆ ବିଜ୍ଞାପନରେ ରହିଲା ଫଟୋ…

ମୁମ୍ବାଇ,୧୪।୬ : ‘ରାଷ୍ଟ୍ର ମେଁ ମୋଦି ମହାରାଷ୍ଟ୍ର ମେଁ ଶିନ୍ଦେ’ ବିଜ୍ଞାପନ ପ୍ରକାଶ ପାଇବା ପରେ ଡ୍ୟାମେଜ କଣ୍ଠ୍ରୋଲ କରିବା ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳ ଏକ ନୂତନ ବିଜ୍ଞାପନ ଆଣିଛି। ଏହି ବିଜ୍ଞାପନରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମନାଇବା ପାଇଁ ଉଦ୍ୟମ କରାଯାଇଛି। ବିଜ୍ଞାପନରେ ଫଡନାଭିସଙ୍କ ଫଟୋ ଅନ୍ତର୍ଭୁକ୍ତ କରାଯାଇଛି।

ପୂର୍ବର ବିଜ୍ଞାପନରେ ବାଲାସାହେବଙ୍କ ଫଟୋ ନିଖୋଜ ଥିଲା, ଏହା ପରେ ସଞ୍ଜୟ ରାଉତ ଶିବସେନା ଶିନ୍ଦେଙ୍କ ଦଳକୁ କଡ଼ା ସମାଲୋଚନା କରିଥିଲେ, କିନ୍ତୁ ନୂଆ ବିଜ୍ଞାପନରେ କେବଳ ବାଲାସାହେବ ଠାକରେଙ୍କ ସହିତ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କ ଫଟୋ ରହିଛି।

ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ କହିଛନ୍ତି ଫଡନାଭିସଙ୍କ ଚାପ ଯୋଗୁଁ ଏହି ନୂତନ ବିଜ୍ଞାପନ ପ୍ରକାଶ ପାଇଛି। ନ ହେଲେ ମହରାଷ୍ଟ୍ର ସରକାରଙ୍କ ପତନ ଘଟିଥାନ୍ତା।

Share