Categories: ବାଣିଜ୍ୟ

ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୧୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ସଫଳତା ମିଳିଥିବାବେଳେ କ୍ରିସିଲ ରେଟିଂଠାରୁ ଏକ ରେଟିଂ ଅପ୍‌ଗ୍ରେଡ୍‌ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ଦୀର୍ଘକାଳୀନ ବ୍ୟାଙ୍କ ସୁବିଧା ଏବଂ ଋଣ ପ୍ରୋଗ୍ରାମକୁ କ୍ରିସିଲ ଏଏ-ପଜିଟିଭ୍‌ରୁ କ୍ରିସିଲ ଏଏ-ଷ୍ଟେବଲକୁ ସଂଶୋଧନ ସହ କମ୍ପାନୀର ସ୍ବଳ୍ପ ମିଆଦୀ ବ୍ୟାଙ୍କ ସୁବିଧା କ୍ରିସିଲ ଏ୧+ରେ ପୁନଃ ପ୍ରମାଣିତ ହୋଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ନବୀକରଣ ହୋଇଥିବା ମୂଲ୍ୟାୟନ ସାମଗ୍ରିକ ତଥା ସ୍ଥିର ଅଭିବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ସୂଚିତ କରିଛି। ଏପରିକି ଆମର ଶକ୍ତିଶାଳୀ ଉତ୍ପାଦ ପୋର୍ଟଫୋଲିଓ, ବ୍ୟାପକ ବଜାର ଉପସ୍ଥିତି ଏବଂ କାର୍ଯ୍ୟଶୈଳୀରେ ନମନୀୟତା ଆମକୁ ଏକ ପ୍ରତିଯୋଗିତାମୂଳକ ବଜାରର ପରିଚିତ କରାଇଛି। ବିଶେଷକରି ବିଭିନ୍ନ ବିଭାଗର ଆବଶ୍ୟକତା ପୂରଣ କରିବାକୁ ସ୍ବତନ୍ତ୍ର ଭାବେ ଆମେ ସ୍ଥାନିତ ହୋଇଛୁ। ବର୍ଷ ବର୍ଷ ଧରି ଆମେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସଚେତନତା ଏବଂ ବ୍ୟବହାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଅନେକ ପ୍ରୟାସ କରିଆସିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଗ୍ରୁପ୍‌ ସିଏଫ୍‌ଓ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁରାଗ ମନ୍ତ୍ରୀ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ୍‌ ପାଇଁ ଏହି ବର୍ଦ୍ଧିତ ମୂଲ୍ୟାୟନ ବ୍ୟବସାୟ ପରିଚାଳନା ପାଇଁ ଆମର ଦୂରଦର୍ଶୀ ପୁଞ୍ଜି ଆବଣ୍ଟନ ରଣନୀତିକୁ ପ୍ରତିଫଳିତ କରିଥାଏ।

Share