Categories: ଖେଳ

ସ୍କୁଲ ସ୍ତରରୁ ଫୁଟ୍‌ବଲର ବିକାଶ ପାଇଁ ଉଦ୍ୟମ

ଭୁବନେଶ୍ୱର, ୨୪।୧୧ (କ୍ରୀଡ଼ା ପ୍ରତିନିଧି): କାତାରରେ ଚାଲିଛି ଫିଫା ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ କ୍ରୀଡ଼ା ଜଗତରେ ଏବେ ଫୁଟ୍‌ବଲକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ କରାଯାଇଛି ଏକ ଅଭିନବ ପ୍ରୟାସ। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବୁଧବାର ୟୁନିଟ-୬ ବିଦ୍ୟାଳୟର ୩୦ ଜଣ ଛାତ୍ରୀଙ୍କୁ ଆସୋସିଏଶନ ପକ୍ଷରୁ ଫୁଟ୍‌ବଲ ଜର୍ସି ଏବଂ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଛି।

ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬ ନମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ କୁମାର ଗାଇଗେରିଆ ପିଲାମାନଙ୍କୁ ଉଦ୍‌ବୋଧନ ଦେବା ସହ ଫୁଟବଲ ଉପକରଣ ପ୍ରଦାନ କରିଥିଲେ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତା ମାନସୀ ଜେନା, ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ, ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଦିଲୀପ କୁମାର ଦାସ, ସଭାପତି ତପନ କୁମାର ମହାନ୍ତି, ଗିରିଜା ଦାସ, ରଞ୍ଜନ ଦତ୍ତ, ରାଜେନ୍ଦ୍ର ବେହେରା, ମଧୁସୂଦନ ରେଡ୍ଡୀ, ଟୁନା ଖାଁ ଓ ବିଭୁଦତ୍ତ ଆଦି ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share