Categories: ଜାତୀୟ

ଚାଷୀଙ୍କୁ ମନାଇବାକୁ ଉଦ୍ୟମ

ନୂଆଦିଲ୍ଲୀ, ୨୪।୧୨: ଡିସେମ୍ବର ୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ କୋଟି ଚାଷୀଙ୍କ ସହ ଭର୍ଚୁଆଲ ବୈଠକ କରିବେ। କୃଷି ଆଇନର ଲକ୍ଷ୍ୟ ସମ୍ପର୍କରେ ସେ ଚାଷୀମାନଙ୍କୁ ଅବଗତ କରାଇବା ସହ ସେହିଦିନ ପିଏମ୍‌-କିଷାନ ଯୋଜନାରେ ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥତ୍କ ସହାୟତା ସ୍ବରୂପ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିବେ। ଭର୍ଚୁଆଲ ବୈଠକରେ ୬ଟି ରାଜ୍ୟରୁ ବଛାଯାଇଥିବା କୃଷକ ମୋଦିଙ୍କ ସହ ଆଲୋଚନା କରିବେ।
କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ବୁଧବାର ୨୮ ଦିନରେ ପହଞ୍ଚତ୍ଛି। ଚାଷୀମାନଙ୍କୁ ଆଇନର ସୁଫଳ ସମ୍ପର୍କରେ ବୁଝାଇବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Share