Categories: ଫୁରସତ

ଶରଣାର୍ଥୀଙ୍କୁ ସ୍ବୀକୃତି ଦେବାକୁ ପ୍ରୟାସ

ବିଶ୍ୱରେ ଶରଣାର୍ଥୀଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ‘ବିଶ୍ୱ ଶରଣାର୍ଥୀ ଦିବସ’ ପ୍ରତିବର୍ଷ ଜୁନ ୨୦ରେ ପାଳନ କରାଯାଏ। ଶରଣାର୍ଥୀଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା। ଏହାର ମୁକାବିଲା ପାଇଁ ପ୍ରୟାସ ମଧ୍ୟ ବିଶ୍ୱବ୍ୟାପୀ ଚାଲିଛି। ଯୁଦ୍ଧ, ଦାରିଦ୍ର ତଥା ଅନ୍ୟାନ୍ୟ କାରଣରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସମସ୍ତଙ୍କ ପ୍ରୟାସ ହେବା ଆବଶ୍ୟକ ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି।
ମିଳିତ ଜାତିସଂଘ ଡିସେମ୍ବର ୨୦୦୦ରେ ଜୁନ ୨୦କୁ ‘ବିଶ୍ୱ ଶରଣାର୍ଥୀ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ବିଶ୍ୱ ଶରଣାର୍ଥୀ ଦିବସ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ। ମିଳିତ ଜାତିସଂଘରେ ଏଥିପାଇଁ ଏକ ସଂଗଠନ ମଧ୍ୟ ସୃଷ୍ଟି କରାଯାଇଛି। ଏହାର ନାମ ହେଉଛି ୟୁନାଇଟେଡ୍‌ ନେସନ୍ସ ହାଇ କମିଶନ୍‌ର ଫର୍‌ ରିଫ୍ୟୁଜି(ୟୁଏନ୍‌ଏଚ୍‌ସିଆର୍‌), ଯାହା ସମଗ୍ର ବିଶ୍ୱରେ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରେ।
ପ୍ରତିବର୍ଷ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଶରଣାର୍ଥୀଙ୍କୁ ସ୍ବୀକୃତି ଦେବା। ଏଥି ସହିତ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାକୁ ଉତ୍ସାହିତ କରିବା। ରାଜନୈତିକ ଇଚ୍ଛାଶକ୍ତି ଜାଗ୍ରତ କରିବା ଅତ୍ୟନ୍ତ ଜରୁରୀ ଅଟେ। ଏହାଦ୍ୱାରା ଶରଣାର୍ଥୀମାନେ ଅନ୍ୟ ଦେଶକୁ ଯାଇ ସେମାନଙ୍କ ଜୀବନକୁ ପୁଣି ଆରମ୍ଭ କରିପାରିବେ।

Share