ପାଣ୍ଡିଆନଙ୍କୁ ବଞ୍ଚାଇବାକୁ ଉଦ୍ୟମ: ମଞ୍ଚରୁ ନବୀନ ଉଭାନ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍‌ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍‌ଫ ବିଲ୍‌କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍‌ଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍‌ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ସୁଦ୍ଧା ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷହେବ ବୋଲି ଘୋଷଣା କରାଯାଇଛି। ସେହି କ୍ରମରେ ଦଳର ୩୩ଟି ସାଙ୍ଗଠନିକ ଜିଲା ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି। ବବିଙ୍କ ଇଙ୍ଗିତରେ ପ୍ରାୟ ସବୁ ଜିଲାର ସଭାପତିଙ୍କ ନାଁ ଚୟନ କରାଯାଉଥିବା କେତେଜଣ ନେତା ବାହାରେ ଗପିବା ଆରମ୍ଭ କରିଦେଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପାଣ୍ଡିଆନ୍‌ ଓ ବବି ଯୋଡ଼ି ଦଳକୁ ଏକରକମ ନିଜ ନିୟନ୍ତ୍ରଣକୁ ନେବାରେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
ଶଙ୍ଖ ଭବନରେ ଘନ ଘନ ବୈଠକକରି ଗୋଟିଏ ପଟେ ପାଣ୍ଡିଆନ୍‌ଙ୍କୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ବେଳେ ଅନ୍ୟପଟେ ଏକ ଭୟର ବାତାବରଣ ସୃଷ୍ଟିକରି ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିଦେବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ନେତା ଗଣମାଧ୍ୟମ ଆଗରେ ନିଜକୁ ଉପସ୍ଥାପନ କରିବାକୁ ବହୁ ଉଦ୍ୟମ କରିଆସୁଥିଲେ। ଏହାର ସୁଯୋଗ ଏବେ ପାଣ୍ଡିଆନ୍‌ଙ୍କ ଟିମ୍‌ ଉଠାଇବା ଆରମ୍ଭ କରିଛନ୍ତି। ଯେଉଁମାନେ ଓ୍ବାକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବାର ମୌକା ପାଇଯାଇଥିଲେ ସେମାନଙ୍କୁ ପୂର୍ବରୁ ଦଳର ଅନେକ କଥାରେ କେବେହେଲେ ଲୋଡ଼ାଯାଉ ନ ଥିଲା। ହେଲେ ଏବେ ସେହି ନିର୍ଦ୍ଦିଷ୍ଟ ନେତାମାନଙ୍କୁ ବାରମ୍ବାର ଶଙ୍ଖ ଭବନରେ ଦେଖିବାକୁ ମିଳୁଛି। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ହେବ ସେମାନଙ୍କ ମତାମତ ଲୋଡ଼ାଯାଉଛି। ସେହି ନେତାମାନେ ମଧ୍ୟ ତାଙ୍କୁ ଦଳ ବହୁ ମାତ୍ରାରେ ଲୋଡୁଥିବା ଦେଖି ସନ୍ତୁଷ୍ଟ ହେବା ଆରମ୍ଭ କରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ଦଳୀୟ ପ୍ରସଙ୍ଗରେ ମତାମତ ରଖିଦେଇ ସେହି ନେତାମାନେ ମଧ୍ୟ କୃତକୃତ୍ୟ ହୋଇଯାଉଛନ୍ତି। ଖୁସି ହେଉଥିବା ନେତାଙ୍କୁ ବ୍ୟବହାରକରି ଏବେ ଆରମ୍ଭ କରାଯାଇଛି ପାଣ୍ଡିଆନ୍‌ ସୁରକ୍ଷା ଅଭିଯାନ। ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ଓ୍ବାକ୍‌ଫ ବିଲ୍‌ କଥାରେ ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ ଖୁସି ହୋଇସାରିଥିବା ନେତାଏ ଓଲଟା ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବୈଠକରେ ଉପସ୍ଥିତ ରହୁଥିବା ନେତାଙ୍କ ମଧ୍ୟରୁ କେତେଜଣ ବାହାରେ ଆସି ଏବେ ବବିଙ୍କ ପୂର୍ବ ବ୍ୟବହାର ଦେଖିବାକୁ ପାଇଲେଣି ବୋଲି କୁହାକୁହି ଆରମ୍ଭ କରିିଛନ୍ତି। ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଯେତେବେଳେ କେଉଁ ଜିଲାର ସଭାପତି କାହାକୁ କରାଯିବ ଆଲୋଚନା ହେଉଛି ସେତେବେଳେ ବବି ତାଙ୍କ ଅନୁଗତଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି। ଯଦି ତାଙ୍କ କଥାକୁ ନେଇ କେହି କିଛି ପ୍ରଶ୍ନ କରୁଛନ୍ତି ତେବେ ବବି ଉଚ୍ଚ ସ୍ବରରେ ଅନ୍ୟମାନଙ୍କୁ ଦାବିଦେବାକୁ ଚେଷ୍ଟା କରିଛନ୍ତି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ବବି ଏକ ପ୍ରକାର ନିଜକୁ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇଦେଇଥିବାର ଧାରଣା ସୃଷ୍ଟି କରାଯାଇଛି। ହେଲେ ଏବେ ତା’ର ଓଲଟା ଦୃଶ୍ୟ ଦେଖିବାକୁ ମିଳିଲାଣି।
କେବଳ ସେତିକି ନୁହେଁ, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବହୁ ବରିଷ୍ଠ ନେତା ଘଟଣାର ପରଦିନ ନବୀନ ନିବାସ ଆସିବାଠାରୁ ଆରମ୍ଭକରି ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଅଛି ବୋଲି ସେମାନେ ସିଧାସଳଖ କହିଥିଲେ। ଏହି ପ୍ରକ୍ରିୟାରୁ ବହୁ ନେତା ନିଜକୁ ଦୂରେଇ ରଖିଛନ୍ତି। ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା ପ୍ରମୁଖ ନେତାମାନେ ଏଯାଏଁ ଓ୍ବକ୍‌ଫ ବିଲ୍‌ କଥାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାର ସାହାସ ଜୁଟାଇପାରିଲା ଭଳି ଦେଖାଯାଉ ନ ଥିବା ତାଙ୍କ ଦଳର କେତେଜଣ ଛାତ୍ର ଓ ଯୁବନେତା ଚର୍ଚ୍ଚା କରୁଛନ୍ତି। ଏପରି ସ୍ଥିତିରେ ଆହୁରି ମଧ୍ୟ ପାଣ୍ଡିଆନ୍‌ଙ୍କ ସୁରକ୍ଷା ଲାଗି ଦଳ ଭିତରେ ନୂଆ ଯୋଜନା କରାଯାଇଛି। ଏମ୍‌ପି ଦେବାଶିଷ ସାମନ୍ତରାୟ ଖୋଲାଖୋଲି ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଦେବାଶିଷଙ୍କୁ ଟାର୍ଗେଟ କରିବା ସକାଶେ ଦଳର ଶୀର୍ଷ ସ୍ତରରୁ ନୂଆ ଫନ୍ଦି କରାଯାଇଛି। ଏଇ କିଛିଦିନ ଭିତରେ ପ୍ରଥମେ ଦଳର ସବୁ ରାଜ୍ୟ ସଭା ସଦସ୍ୟଙ୍କୁ ନବୀନଙ୍କ ସହ ବସାଇ ଏକ ଫଟୋ ଗଣମାଧ୍ୟମକୁ ଦିଆଯିବାର ଯୋଜନା କରାଯାଇଛି। ଏହାଦ୍ୱାରା ଦେବାଶିଷ ଭୁଲ୍‌ ଥିଲେ ବୋଲି ଏକ ବାର୍ତ୍ତା ବାହାରକୁ ଯିବ। ଏହାପରେ ଧୀରେ ଧୀରେ ଦଳରେ ତାଙ୍କୁ ଅଣଦେଖା କରିବା ପ୍ରକ୍ରିୟା ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି। ଜଣେ ଏମ୍‌ପି ନିଜ ନାମ ଗୋପନ ରଖି କହିଛନ୍ତି, ଯଦି ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ସେ ଯାହା କହୁଥିଲେ ତାହା ଠିକ୍‌ ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ସେ ରାଜନୀତିରେ ଏକ ସ୍ବତନ୍ତ୍ର ମାଇଲେଜ ପାଇଯିବେ ବୋଲି ଦଳର ଶୀର୍ଷସ୍ତରରେ ଚିନ୍ତା କରାଯାଉଛି। ଶେଷରେ ଏହିସବୁ ନାଟକ ରଚାଯାଉଥିବାବେଳେ ନିଜେ ନବୀନ ପଟ୍ଟନାୟକ ମଞ୍ଚରୁ ଉଭାନ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ...

New Toll System: ମେ’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ? ବନ୍ଦ ହୋଇଯିବ କି FASTag ସିଷ୍ଟମ, ଜାଣନ୍ତୁ ଏହାର ଉତ୍ତର

ନୂଆଦିଲ୍ଲୀ,୧୮।୪: ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ।...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର

ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର...

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image