ଭଞ୍ଜନଗର,୯।୩(ବାବୁଲା ପ୍ରଧାନ): ଆଧୁନିକ ଯୁଗରେ ମଞ୍ଚ ନାଟକ ଧୀରେଧୀରେ ଲୋପ ପାଇବାକୁ ବସିଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଥିବା ତୋଫାନ କଳା ସଂସଦ ପରିବାର ପକ୍ଷରୁ ପୁଣି ମଞ୍ଚ ନାଟକକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଂସଦର କଳାକାରମାନେ ଆସନ୍ତା ଦୋଳ ପୂର୍ଣ୍ଣିମା ଅବସରରେ ନାଟକ ହଜି ଯାଇଛି। ମୁଁ ମୋ ଭିତରେ ପରିବେଷଣ କରିବେ। ତେଣୁ କଳାକାର ମାନେ ବର୍ତ୍ତମାନ ଦୈନନ୍ଦିନ ନାଟକ ଅଭ୍ୟାସ କରୁଛନ୍ତି।
ସୂଚନା ଯୋଗ୍ୟଯେ, ତୋଫାନ କଳା ସଂସଦ ପ୍ରାୟ ୪୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା। ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ନାଟକ ପରିବେଷଣ କରିବା ଏବଂ ନାଟକ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନତା କରିବା। ପ୍ରତିବର୍ଷ ନାଟକ ପରିବେଷଣ ହେଉଥିଲା। ଏହିଭଳି କିଛି ବର୍ଷ ନାଟକ ପରିବେଷଣ ପରେ ବିଭିନ୍ନ କାରଣ ଯୋଗୁ ତାହା ପ୍ରାୟ ୨୦ ବର୍ଷ ହେବ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ପୁଣି କିଛି କଳାକାର ନାଟକ ପରିବେଷଣ କରି ପୁରୁଣା ସ୍ମୃତି ଫେରାଇ ଆଣିବା ପାଇଁ ପ୍ରୟାସ କରିଛନ୍ତି। ଅନୁଷ୍ଠାନର ସଭାପତି ଗରିବ ସାଇଁ, ଉପ ସଭାପତି ଅଶୋକ ମହାରଣା,ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ପ୍ରଦୀପ ସାସମଲ, କୋଷାଧ୍ୟକ୍ଷ ସନ୍ତୋଷ ରଥ, ବସନ୍ତ ପାତ୍ର, ଲକ୍ଷ୍ମୀ ଗୌଡ, ପ୍ରସର୍ଣ୍ଣ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ ପ୍ରମୁଖ ନାଟକ କିଭଳି ସଫଳତାର ସହ ପରିବେଷଣ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ନାଟକର ଲେଖକ ଗଙ୍ଗାଧର ବିଷୋୟୀ ଥିବା ବେଳେ ନିର୍ଦ୍ଦେଶନା ଅଭିମନ୍ୟୁ ବିଷୋୟୀ ଦେଉଛନ୍ତି।