ଚଞ୍ଚକତା କରି ନାଏବ ସରପଞ୍ଚ ଜିତାଇବାକୁ ଉଦ୍ୟମ

ବାଲେଶ୍ୱର ଅଫିସ,୧୨ ।୩

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା। ରେମୁଣା ବ୍ଲକର ୱେଲଫେୟାର ଅଫିସର ନିରଞ୍ଜନ ବେହେରା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ। ତେବେ ଚଞ୍ଚକତା କରି ନାଏବ ସରପଞ୍ଚଙ୍କୁ ଜିତାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚେଷ୍ଟା କରୁଥିବା ବେଳେ ପ୍ରତିବାଦ ଓ ଧାରଣା ପରେ ନିର୍ବାଚନ ଅଧିକାରୀ ବାଧ୍ୟ ହୋଇ ବିଜେତାଙ୍କ ନାମ ଘୋଷଣା କରିଥିଲେ।
ୱାଡର୍ର୍ ବିଶିଷ୍ଟ ଚଷାଖଣ୍ଡ ପଞ୍ଚାୟତର ନିର୍ବାଚିତ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୪ଜଣ ଉପସ୍ଥିତ ରହିଥିଲେ। ସେଥିମଧ୍ୟରୁ ୱାର୍ଡସଭ୍ୟ ସସ୍ମିତା ନାୟକଙ୍କୁ ୮ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଦେବସ୍ମିତା ଗୋଚ୍ଛାୟତଙ୍କୁ ୬ଖଣ୍ଡ ସହ ସରପଞ୍ଚ ଭୋଟ୍‌ ଦେଇଥିଲେ। ଜଣେ ୱାର୍ଡ଼ମେମ୍ବର ଅନୁପସ୍ଥିତ ଥିଲେ। ସସ୍ମିତାଙ୍କ ଦୁଇଟି ଭୋଟ୍‌କୁ ନାକଚ କରିବା ପାଇଁ ବିରୋଧୀ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ। ଏଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୀର୍ଘ ୪ଘଣ୍ଟା ଧରି ନିର୍ବାଚନ ଅଧିକାରୀଙ୍କୁ ଲୋକେ ଅଟକ ରଖିଥିଲେ। ଖବରପାଇ ରେମୁଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରିଥିଲେ। ପରେ ଉଭୟ ପକ୍ଷଙ୍କ ସହମତିରେ ସାନି ଭୋଟ୍‌ ଗଣତି ହୋଇଥିଲା। ସେଥିରେ ସସ୍ମିତା ବିଜୟ ଲାଭ କରିଥିବା ନିର୍ବାଚନ ଅଧିକାରୀ ବେହେରା ଘୋଷଣା କରିଥିଲେ। ପରେ ଲୋକେ ଅଟକ ନିର୍ବାଚନ ଅଧିକାରୀଙ୍କୁ ଛାଡ଼ିବା ସହ ଧାରଣାରୁ ଓହରିଥିଲେ।

Share