ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍‌ : ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍‌ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାଇବେରିଆର ନୋଭୋସିବିରସ୍କିରେ ଉଠାଯାଇଥିବା କୁହାଯାଉଛି। ସୋମବାର ଏଠାରେ ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀ ସେଲସିୟସ୍‌ ଥିଲା। ନୁଡୁଲ୍ସ୍‌କୁ ପାଟିକୁ ନେବା ପୂର୍ବରୁ ଏହା ପବନରେ କଣ୍ଟା ଚାମୁଚରେ ଜମାଟ ହୋଇଯାଇଥିଲା। ସେହିପରି ଅଣ୍ଡା ଫଟାଇବା ପରେ ଏହା ମଧ୍ୟ ପବନରେ ଜମାଟ ବାନ୍ଧି ଯାଇଥିଲା। ଏହି ଫଟୋକୁ ଓଲେଗ୍‌ ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ଼ କରାଯାଇଛି। ଫଟୋକୁ ନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି।

Share