ବିନା ଓଭନରେ ଏଗ୍‌ଲେସ୍‌ ଭାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ ଟି ସ୍ପୁନ୍‌ ବେକିଂ ପାଉଡ଼ର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌ ପାଣି, ଦହି ଆବଶ୍ୟକ ଅନୁସାରେ, ୧ ଟି ସ୍ପୁନ୍‌ ଭାନିଲା ଏସେନ୍ସ, ୧/୪ ଟି ସ୍ପୁନ୍‌ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେକିଂ ପାଉଡ଼ର ଏବଂ ମଇଦାକୁ ଭଲଭାବେ ମିଶାଇ ଦିଅନ୍ତୁ। ସେଥିରେ ଲୁଣ, ଚିନି, ବଟର, ପାଣି, ଭାନିଲା ଏସେନ୍ସ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ ଅଳ୍ପ ଦହି ପକାଇ ଭଲଭାବେ ମିଶାନ୍ତୁ ଯେପରି ଗୁଳା ନ ରହିଯାଏ। କେକ୍‌ ଷ୍ଟାଣ୍ଡରେ ବଟର ପେପର ଲାଗାଇ ଗ୍ରିସ୍‌ କରିନିଅନ୍ତୁ। ସେଥିରେ ପ୍ରସ୍ତୁତ ମିଶ୍ରଣକୁ ଢାଳି ଦିଅନ୍ତୁ। ବର୍ତ୍ତମାନ ପ୍ରେସର କୁକରକୁ ସିଟି ନ ଲଗାଇ ୩-୪ ମିନିଟ୍‌ ଗରମ କରନ୍ତୁ। ଏହା ପରେ କେକ୍‌ ଷ୍ଟାଣ୍ଡକୁ କୁକର ଭିତରେ ରଖି କଭର ବନ୍ଦ କରନ୍ତୁ ଏବଂ ବିନା ସିଟି ଲଗାଇ ୩୦ ମିନିଟ୍‌ ସିଝିବାକୁ ଛାଡନ୍ତୁ। ପ୍ରସ୍ତୁତ ହୋଇଗଲା ଭାନିଲା କେକ୍‌। ଏହାକୁ ଥଣ୍ଡା କରି ଖାଆନ୍ତୁ।