ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ ଶକ୍ତି ଓ ଅଣ୍ଡା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସର ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ମନ ମୁତାବକ ଖାଦ୍ୟ (ଅଣ୍ଡା ବ୍ୟତୀତ) ଖାଇବାକୁ କୁହାଯାଇଥିବା ବେଳେ ଅନ୍ୟମାନଙ୍କୁ ଦୈନିକ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। କିଛି ଦିନ ଅନ୍ତରାଳରେ ସେମାନଙ୍କର ସ୍ମରଣ ଶକ୍ତି କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ସେମାନେ ଅନୁଧ୍ୟାନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନେ ନିୟମିତ ଅଣ୍ଡା ଖାଉଥିଲେ ସେମାନଙ୍କର ସ୍ମରଣ ଶକ୍ତି ଅନ୍ୟମାନଙ୍କ ତୁଳନାରେ ସକ୍ରିୟ ଥିବା ଜଣାପଡିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।