Posted inUncategorized

ତ୍ୱଚା ଲାଗି ବରଦାନ ଅଣ୍ଡା

ଅଣ୍ଡାରେ ଭରି ରହିଥିବା ପୋଷକତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା ଲାଗି ମଧ୍ୟ ବରଦାନ ସଦୃଶ। ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ କିପରି ଏହାକୁ ବ୍ୟବହାର କରିବେ ସେ ସମ୍ପର୍କରେ…

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଅଣ୍ଡା ପ୍ୟାକ୍‌ ସବୁଠୁ ବେଷ୍ଟ। ଏଥିପାଇଁ ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍‌ ରଖିବା ପରେ କେଶ ଧୋଇ ଦିଅନ୍ତୁ। ମାସକୁ ୨-୩ ଥର ଏପରି କରନ୍ତୁ, ଉପକୃତ ହେବେ।
ତ୍ୱଚାରୁ ଦାଗ ସମସ୍ୟା ଦୂର କରି ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ଅଣ୍ଡାର ଧଳା ଅଂଶରେ ମହୁ ଏବଂ ଅଲିଭ ଅଏଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ୧୫ମିନିଟ୍‌ ରଖିବା ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।
ଅଣ୍ଡାର ଧଳା ଅଂଶରେ ଅଳ୍ପ ମହୁ ମିଶାଇ ମୁହଁରେ ଲଗାନ୍ତୁ। ୧୦-୧୫ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ମୁହଁରେ ଥିବା ରିଙ୍କ୍‌ଲ୍‌ ମାର୍କ ଏବଂ ଏଜ୍‌ ଲାଇନ୍‌ ଦୂର କରି ତ୍ୱଚାକୁ ଟାଇଟ୍‌ କରିବା ସହ ଆକର୍ଷଣୀୟ ୟଙ୍ଗର ଲୁକ୍‌ ଦେବ।
ଡାର୍କ ସ୍କିନ୍‌ଟୋନ୍‌କୁ ଲାଇଟ୍‌ କରିବା ପାଇଁ ଏଣୁ ତେଣୁ କ୍ରିମ୍‌ ଲଗାଇବା ଏବଂ ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାରେ ଖର୍ଚ୍ଚାନ୍ତ ହେଉଛନ୍ତି କି? ଯଦି ହଁ ତେବେ ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ଘରୋଇ ଉପାୟରେ ନିଜ ସମସ୍ୟାର ସମାଧାନ କରିପାରିବେ। ଖଣ୍ଡେ ପାଚିଲା କଖାରୁକୁ ଗ୍ରାଇଣ୍ଡିଂ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ, ଖୁବ୍‌ କମ୍‌ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଜାଣିପାରିବେ।
ଅଣ୍ଡା କେଶର ସହିତ ଲେମ୍ବୁ ରସ ମିଶାଇ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ। ଏହା ଆପଣଙ୍କ କେଶକୁ ପ୍ରାକୃତିକ ଉପାୟରେ କଣ୍ଡିଶନିଂ କରିବାରେ ସାହାଯ୍ୟ କରିବ।
ଗୋଟିଏ ଅଣ୍ଡା, ପାଚିଲା କଦଳୀ, ୫ ଚାମଚ ରୋଜ୍‌ ଅଏଲ ଏବଂ ଏକ ଚାମଚ ସୂର୍ଯ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡ଼ିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri