ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଉତ୍ତର ପ୍ରଦେଶର ଲଖିମପୁର ଖେରି ଘଟଣା ପରେ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ କଂଗ୍ରେସ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ଓ କାଳିମାଡ ହୋଇଛି । ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର ଛକରେ ଏହି ଘଟଣା ଘଟିଛି ।
ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରା ଓଡ଼ିଶା ଆସିଥିଲେ । ତେବେ ଭୁବନେଶ୍ୱରରୁ ଫେରିବା ସମୟରେ ବିମାନବନ୍ଦର ଛକ ନିକଟରେ ଏଭଳି ଘଟଣା ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୦୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।