କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଗୋଲାମୁଣ୍ଡା,୧।୧୦(ବଟକୃଷ୍ଣ ପଣ୍ଡା): ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଶୁକ୍ରବାର ଅଣ୍ଡାମାଡ଼ ହୋଇଛି । ନିଜ ନିର୍ବାଚନମଣ୍ଡଳୀରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି ।
ଗୋଳମୁଣ୍ଡା କଲେଜର ଏକାଡେମିକ୍‌ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମା ହୋଇଛି । ତେବେ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥକ ଏହି ଅଣ୍ଡାମା କରିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଦିବ୍ୟଶଙ୍କରଙ୍କର ଦୃଢ଼ ସମର୍ଥକ ଥିଲେ ଅଧ୍ୟକ୍ଷ। ମାତ୍ର ଭିଜିଲାନ୍ସ କେସରେ ଫସିବା ପରେ ସେ ଓ ତାଙ୍କର ସମର୍ଥକ ଭାଜପାରେ ଯୋଗ ଦେଇଥିଲେ ।

Share