ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ କାରକେଡ଼କୁ ଅଣ୍ଡାମାଡ଼

ସୋନପୁର,୪।୭(ମୃତ୍ୟୁଞ୍ଜୟ ଶତପଥୀ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପଣ୍ଡିଆନ ମଙ୍ଗଳବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସିଛନ୍ତିl ପାଣ୍ଡିଆନ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି ସକାଳେ ଉଲୁଣ୍ଡା ବ୍ଲକ କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ସଚିବ ଶ୍ରୀ ଜୀଉଙ୍କ ଦର୍ଶନ ସାରି ସଡ଼କ ପଥରେ ଉଲୁଣ୍ଡା ଅଭିମୁଖେ ଯାଉଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ବାଘପାଲି ଛକ ନିକଟରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ କଳାପତାକା ପ୍ରଦର୍ଶନ କରିବା ସହ କାରକେଡ଼କୁ ଅଣ୍ଡାମାଡ଼ କରିଥିଲେ । ସଚିବଙ୍କ କାର ପଛରେ ଜିଲାପାଳ, ଏସ୍‌ପି ଓ ଅନ୍ୟ ଅଧିକାରୀ ମାନେ ଯାଉଥିଲେ।

Share