Categories: ଫୁରସତ

୪୭୦୦ ବର୍ଷ ପୁରୁଣା ପିରାମିଡ୍‌ ସମ୍ମୁଖରେ ସେକ୍ସି ଫଟୋଶୁଟ୍‌ କରି ଫସିଲେ ଏହି ମଡେଲ; ଫଟୋ ଭାଇରାଲ ପରେ…

ହଜାର ହଜାର ବର୍ଷ ପୁରୁଣା ଇଜିପ୍ଟର ବିଶ୍ୱ ପ୍ରସିଦ୍ଧ ପିରାମିଡ୍‌ ସମ୍ମୁଖରେ ଫଟୋଶୁଟ କରି ଜଣେ ମଡେଲ ଏବେ ଅଡ଼ୁଆରେ। ମଡେଲ ସଲମା ଅଲ ସିମିଙ୍କ ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ଇଜିପ୍ଟ ପୋଲିସ ଗିରଫ କରିସାରିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ୪,୭୦୦ ବର୍ଷ ପୁରୁଣା ପିରାମିଡ ସାମ୍ନାରେ ଫଟୋଶୁଟ୍‌କୁ ନେଇ ପ୍ରତ୍ନତତ୍ତ୍ୱବିତ୍ମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଇନଷ୍ଟାଗ୍ରାମରେ ସଲମା ବହୁତ ଲୋକପ୍ରିୟ। ଏଥିରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ଫିରୋନ୍‌ ଷ୍ଟାଇଲର ପୁରାତନ ପୋଷାକ ପିନ୍ଧି ସେ ପିରାମିଡ ସମ୍ମୁଖରେ ଫଟୋଶୁଟ୍‌ କରିବା ପରେ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ। ପରେ ଏହା ଭାଇରାଲ ହେବା ପରେ ବିଭିନ୍ନ ଦିଗରୁ ଅସନ୍ତୋଷର ସ୍ବର ଉଠିଥିଲା। ସେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବା ସହ ପ୍ରାଚୀନ ଐତିହ୍ୟକୁ କ୍ଷତି ପହଞ୍ଚାଉଥିବା ପୋଷାକ ପିନ୍ଧି ଫଟୋଶୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ତୁରନ୍ତ ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ କରିଥିଲେ। କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା।

Share