ମିଶର ଚର୍ଚ୍ଚରେ ଭୟଙ୍କର ଅଗ୍ନୀକାଣ୍ଡ, ଅତିକମରେ ୪୧ ମୃତ

ମିଶର,୧୪ ।୮: ଇଜିପ୍ଟର ମିଶରରେ ଥିବା ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଳରେ ସେଠାରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡିବା ସହ ଭୟଭୀତ ହୋଇଯାଇଛନ୍ତି । ଏହି ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଶରର କଂଟିକ୍ଟ ଚର୍ଚ୍ଚ ପକ୍ଷରୁ କୁହାଯାଇଛି, କାହିରାର ଏକ ଚର୍ଚ୍ଚରେ ନିଆଁ ଲାଗିଯିବା ଫଲରେ ୪୧ ଜଣଙ୍କ ମୃତ୍ୟୁ ହେବା ସହ ୧୪ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଇମ୍ବାବାର ଧନୀ ଅଞ୍ଚଳରେ ଅବୁ ସେଫିନ ଚର୍ଚ୍ଚରେ ଏହି ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାଥମିକ ତଦନ୍ତରୁ ବିଜୁଳି ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ରବିବାର ସକାଳେ ଯେତେବେଳେ ସଭା ଚାଲିଥିଲା ସେହି ସମୟରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ୧୫ ଦମକଳ ଗାଡି ପହଞ୍ଚିବା ସହ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା । କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ପ୍ରକାଶ କରାଗଲା । ଏହି ଘଟଣା ପରେ ରାଷ୍ଟ୍ରପତି ଚର୍ଚ୍ଚର ପୋପଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

Share