ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

ଏହା ପରେ ଯେତେବେଳେ ମୋଦି କାଇରୋର ରିଜ କାର୍ଲଟନ ହୋଟେଲରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଲୋକମାନେ ବନ୍ଦେ ମାତରମ୍‌ ଏବଂ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ। ମୋଦିଙ୍କୁ ସ୍ବାଗତ କରିବା ପାଇଁ ହୋଟେଲରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ।

ଏନ୍‌ଆର୍‌ଆଇ ମଧ୍ୟରେ ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ। ଅନେକ ଲୋକ ଭାରତୀୟ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ଧାଡ଼ି ବାନ୍ଧିଥିବା ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଛରେ ପଡ଼ିବ ଗୁଗଲ୍, ନିଜସ୍ୱ ସର୍ଚ୍ଚ ଇଞ୍ଜିନ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ, ୨୧ା୩: ଭାରତ ଏକ ସ୍ୱଦେଶୀ ଭାବରେ ବିକଶିତ ବ୍ରାଉଜର(ସର୍ଚ୍ଚ ଇଞ୍ଜିନ୍) ଯୋଜନା କରୁଛି ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ। ଏଥିପାଇଁ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ...

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image