ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

ଏହା ପରେ ଯେତେବେଳେ ମୋଦି କାଇରୋର ରିଜ କାର୍ଲଟନ ହୋଟେଲରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଲୋକମାନେ ବନ୍ଦେ ମାତରମ୍‌ ଏବଂ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ। ମୋଦିଙ୍କୁ ସ୍ବାଗତ କରିବା ପାଇଁ ହୋଟେଲରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ।

ଏନ୍‌ଆର୍‌ଆଇ ମଧ୍ୟରେ ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ। ଅନେକ ଲୋକ ଭାରତୀୟ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ଧାଡ଼ି ବାନ୍ଧିଥିବା ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share