Advertisement
Categories: ଜାତୀୟ

୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଗଣତନ୍ତ୍ର ଦିବସ ପରେଡ ସମାରୋହ ଲାଗି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି ଭାରତ। ୨୦୧୪ରୁ ଏଲ୍‌-ସିସି ଇଜିପ୍ଟର ରାଷ୍ଟ୍ରପତି ଅଛନ୍ତି। ଏହାପୂର୍ବରୁ ସେ ୨୦୧୬ରେ ଭାରତ ଗସ୍ତ କରିଥିଲେ।

କହିରଖୁଛୁ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା(୨୦୧୫), ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ଓଲାଣ୍ଡ(୨୦୧୬) ପ୍ରମୁଖଙ୍କୁ ଗଣତନ୍ତ୍ର ଦିବସ ପାଳନ ଅବସରରେ ନିମନ୍ତ୍ରଣ କରାଯାଇଛି। ତେବେ ଚଳିତ ବର୍ଷ ଭାରତ ଏବଂ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି କୁହାଯାଉଥିବା ଇଜିପ୍ଟ କୂଟନୈତିକ ସମ୍ପର୍କର ୭୫ତମ ବାଷର୍ର୍ିକୀ ପାଳନ କରୁଛି। ଏଣୁ ତାଙ୍କ ଉପସ୍ଥିିତି ଦୁଇ ଦେଶର ସମ୍ପର୍କକୁ ମଜଭୂତ କରିବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share