ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋ’ରେ ନେହାଙ୍କ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ସାମ୍ନାକୁ ଆସିଥିଲା। ଏହି ସମୟରେ କପିଲ କହିଥିଲେ, ନେହା ତାଙ୍କ ସ୍ବଚ୍ଛତା ପାଇଁ ଏତେ ଚିନ୍ତିତ ଯେ, ତାଙ୍କ ପାଇଁ ଜଣେ ଅଭିନେତାଙ୍କୁ ପାଞ୍ଚଥର ହାତ ଧୋଇବାକୁ ପଡିଥିଲା। ନେହା ଅଭିନେତା ମହେଶ ମଞ୍ଜରେକରଙ୍କୁ ଚୁମ୍ବନ ଦେବା ପୂର୍ବରୁ ହାତ ଧୋଇବାକୁ କହିଥିଲେ।
ଶୋ’ରେ କଥାବାର୍ତ୍ତା ସମୟରେ କପିଲ ନେହାଙ୍କ ବିଷୟରେ କହିଥିଲେ ‘ଦସ କାହାନିଆଁ’ ଫିଲ୍ମର ଶୁଟିଂ ସମୟରେ ନେହା ତାଙ୍କ କୋ-ଷ୍ଟାରଙ୍କୁ ଚୁମ୍ବନ ଦେବା ପୂର୍ବରୁ ପାଞ୍ଚଥର ହାତ ଧୁଆଇଥିଲେ। ଅନ୍ୟପକ୍ଷରେ ନେହା କପିଲଙ୍କୁ ପରିହାସ କରି ଉତ୍ତର ଦେଇଥିଲେ ଯେ ବର୍ତ୍ତମାନ ବିବାହିତ ଏବଂ ସେ ଏପରି ଭୂମିକା ଆଦୌ କରିପାରିବେ ନାହିଁ। କପିଲ ନେହାଙ୍କୁ ପରିହାସ କରି କହିଥିଲେ, ଆପଣ ଗୁପ୍ଚୁପ୍ ବାଲାକୁ ହାତ ଧୋଇବାକୁ କିମ୍ବା ଗାଧୋଇବାକୁ କୁହନ୍ତି କି?