ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଜଳକୁ ପ୍ରଦୂଷିତ କରିଥାଏ। ଏହି ପ୍ରଦୂଷଣ ନଦୀର ମାଛ ପାଇଁ କ୍ଷତିକାରକ ପ୍ରମାଣିତ ହୋଇଛି। କେବଳ ଏତିକି ନୁହେଁ, ଗବେଷକମାନେ ଚେତାବନୀ ଦେଇଛନ୍ତି, ଯଦି ଏଭଳି ପରିସ୍ଥିତି ଲାଗିରହେ ଅତ୍ୟନ୍ତ ବିପଦଜନକ ହୋଇପାରେ।

ସାଇନ୍ସ ଜର୍ନାଲରେ ପ୍ରକାଶିତ ଏହି ଗବେଷଣାରେ ଜଣାପଡିଛି ଯେ, ନଦୀରେ ବିଷାକ୍ତ କାରଣରୁ ସଲମାନ୍‌ ମାଛ ମରୁଛନ୍ତି। ଏହି ମାଛଗୁଡ଼ିକ ଟାୟାରରେ ବ୍ୟବହୃତ ଏକ ରାସାୟନିକ ପଦାର୍ଥ ଲାଗି ମରୁଛନ୍ତି। ଏହି ନିର୍ଦ୍ଦିଷ୍ଟ ପଦାର୍ଥ ଟାୟାରକୁ ମଜବୁତ୍‌ କରିବା ଲାଗି ବ୍ୟବହୃତ ହୁଏ। ଟାୟାରା ଘସିହେବାରୁ ଏକ ବିଶାକ୍ତ ପଦାର୍ଥ ବାହାରିଥାଏ। ଏହା ପାଣିରେ ମିଶି ନଦୀରେ ପହଞ୍ଚିଥାଏ, ଯାହାଦ୍ୱାରା ଜଳ ପ୍ରଦୂଷିତ ହୁଏ।

ଯୁକ୍ତରାଷ୍ଟ୍ରର ଆମେରିକାରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ୬ପିପିଡି ନାମକ ବିପଜ୍ଜନକ ରାସାୟନିକ ପଦାର୍ଥ ଲାଗି ମାଛ ମରୁଛନ୍ତି। ସଲମାନ ମାଛ ସ୍ବଚ୍ଛ ଜଳରେ ଜନ୍ମଗ୍ରହଣ କରନ୍ତି, ଯେଉଁଠାରେ ସେମାନେ ଜୀବନର ପ୍ରଥମ ବର୍ଷ ବିତାଇଥା’ନ୍ତି। ଯାହା ପରେ ସେମାନେ ଖୋଲା ସମୁଦ୍ରକୁ ଚାଲି ଯାନ୍ତି। କିନ୍ତୁ ଏହି ମାଛଗୁଡିକର ୦.୧ ପ୍ରତିଶତ ସ୍ବଚ୍ଛ ଜଳରେ ଅଣ୍ଡା ଦିଅନ୍ତି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସଲମାନ ମାଛଗୁଡିକ ପ୍ରଜନନ ପୂର୍ବରୁ ମରୁଛନ୍ତି। ଏହା ବଡ଼ ବିପଦର ସଙ୍କେତ।

Share