ନୂଆଦିଲ୍ଲୀ,୧୪।୪: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହଓ୍ବାଗ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)ର ଅନୁଭବୀ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ ଏବଂ ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଇୟୋନ ମାର୍ଗନ ପ୍ରଥମ ମ୍ୟାଚ୍ ଜିତିବା ପରେ ଏହି ପ୍ରକାର ସକରାତ୍ମକ କ୍ରିକେଟ ଖେଳିବେ ବୋଲି କହିଥିଲେ। ହେଲେ ରସେଲ ଏବଂ କାର୍ତ୍ତିକ ପଡ଼ିଆକୁ ଆସିବା ପରେ ସେଭଳି ଲାଗି ନ ଥିଲା। ଉଭୟ ଯେଉଁଭଳି ବ୍ୟାଟିଂ କରିଥିଲେ ତାକୁ ଦେଖିଲେ ଶେଷ ପର୍ଯ୍ୟନ୍ତ ଖେଳ ଚାଲୁ ବୋଲି ଚାହିଁଥିଲେ, ହେଲେ ମ୍ୟାଚ୍ ଜିତିବାକୁ ନୁହେଁ। ଯଦି କୋଲକାତା ମ୍ୟାଚ୍ ଜିତିବାକୁ ଚାହିଁଥାନ୍ତା ତେବେ ନୀତିଶ ରାଣା ନଚେତ ଶୁବମନ ଗିଲଙ୍କୁ ଶେଷ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥାନ୍ତା। ପ୍ରଥମରୁ ଭଲ ଖେଳିଥିଲେ ହେଁ ମୁମ୍ବାଇ ଟିମ୍ କେଉଁଭଳି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହେଲା ସେମାନେ ଦେଖିଥିଲେ। ମାତ୍ର ଜିତୁଥିବା ବାଜି କେଉଁଭଳି ହାରିବାକୁ ହୁଏ ତାହା କେକେଆର୍ ଦେଖାଇଛି। ସହଜ ବିଜୟକୁ ଦଳ ହାତଛଡ଼ା କରିଥିବା ସେହଓ୍ବାଗ କହିଛନ୍ତି।