ସୋରଡା, ୨୨।୪: ସୋରଡାରେ ପବିତ୍ର ରମଯାନ ମାସର ଶେଷଦିବସ ଓ ଇଦ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । ଶୁକ୍ରବାର ସାରେ ମସଜିଦ ପରିସରରେ ଆୟୋଜିତ ଇଫତାର ପାର୍ଟିରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସମେତ କାଉନ୍ସିଲରମାନେ ଯୋଗ ଦେଇଥିଲେ । ଶନିବାର ଇଦ ଅବସରରେ ମୁସଲମାନମାନେ ଶୁଭ୍ର ବସ୍ତ୍ର ପରିଧାନ କରି ମସଜିଦ୍ରେ ସାମୁହିକ ନମାଜ ପାଠ କରିଥିଲେ। ପରେ ମିଳିତ ଭାବେ ଋଷିକୁଲ୍ୟା ଛକ ନିକଟସ୍ଥ କବରସ୍ଥାନକୁ ଯାଇ ସେଠାରେ ପୂର୍ବଜଙ୍କ ସଦଗତି କାମନା କରିଥିଲେ । ସହରର ସମସ୍ତ ମୁସଲମାନ ପରିବାର ପରସ୍ପରକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପ୍ରତିଘରେ ଭୋଜିଭାତର ଆସାର ସହ ଆନନ୍ଦର ବାତାବରଣ ଦେଖା ଯାଇଥିଲା ।