ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍ ରୁପେ ପାଳନ କରନ୍ତି, ଯାହା ମୁସଲମାନଙ୍କ ଲାଗି ସବୁଠାରୁ ବଡ ପର୍ବ ଅଟେ। ଏଥିଲାଗି ମୁସଲମାନମାନେ ଏକମାସ ଧରି ଉପବାସ ବା ରୋଜା ରଖିଥାନ୍ତି । ମାସ ଶେଷ ଦିନକୁ ବଡ ଧୂମ୍ଧାମରେ ଇଦ୍ ପାଳନ କରଥାନ୍ତି। ଏହି ଅବସରରେ ଛତ୍ରପୁର ପୁତିଗୋପାଳପୁର ସ୍ଥିତ ମସଜିଦରେ ଧର୍ମଗରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସକାଳେ ସମୂହ ନମାଜପାଠ କରି ଇଦ୍ ପାଳନ କରିଛନ୍ତି। ଏହି ଅବସରରେ ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍ ମୁବାରକ’ର ଅଭିବାଦନ ମଧ୍ୟ ଜଣାଇଛନ୍ତି।
ମୁସଲମାନ ସମ୍ପ୍ରଦାୟର ବିଶ୍ବାସନୁଯାୟୀ ଏହି ପବିତ୍ର ରାମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରାଯାଏ। ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଖାଦ୍ୟ ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରାଯାଏ। ଏହା ଦ୍ବାରା ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନ ମାନଙ୍କ ବିଶ୍ୱାସ ରହିଛି। ନମାଜ ପାଠ ପରେ କବର ସ୍ଥାନକୁ ଯାଇ ସେମାନଙ୍କ ପିତୃପୁରୁଷ କୁ ପାଖରେ ପ୍ରାର୍ଥନା କରିଥାନ୍ତି । ଏହି ଅବସରରେ ଆଫୋ ଖାନ , ଆଫତାବ୍ ଖାନ୍, ନାଜର ଖାନ, ଇଜୁ ଅମିନ ଖାନ, ଜାକିର ଖାନ , ଇସୁବ ଖାନ, ଆଇବ ଖାନ, ଜଲାଲ ଖାନ , ଅର୍ଶଲାନ ଖାନ୍ , ସିକନ୍ଦର ଖାନ, ସଲମାନ ଖାନ ପ୍ରମୁଖ ସମସ୍ତଙ୍କୁ ଇଦ ର ଶୁଭେଚ୍ଛା ଜଣାଇଥିଲେ।