କଟକଣା ମଧ୍ୟରେ ଇଦ୍‌

ଭଦ୍ରକ ଅଫିସ,୧।୮: ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ୍‌- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଇଛି। କରୋନା କଟକଣା ଯୋଗୁ ଇଦ୍‌ଗାହ ଓ ମସ୍‌ଜିଦରେ ୫ ଜଣ ମଧ୍ୟରେ ନମାଜ ପାଠ ହୋଇଛି। ମୁସଲମାନ୍‌ ଭାଇ ମାନେ ପରସ୍ପରଙ୍କୁ ଇଦ୍‌ ମୁବାରକ ଜଣାଇଛନ୍ତି। ଏହି ଅବସରରେ ବିଧାୟକ ସଂଞ୍ଜୀବ ମଲ୍ଲିକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share