ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ ୩୧ ମାର୍ଚ୍ଚରେ ହେବ। ଚନ୍ଦ୍ର ଦେଖିବା ପରେ, ସୌଦି ଆରବ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ରବିବାର ଇଦ-ଉଲ-ଫିତର ପାଳନ କରାଯିବ। ସୌଦି ଆରବରେ, ଭାରତ ଅପେକ୍ଷା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୧ ତାରିଖରେ ରମଜାନ ଆରମ୍ଭ ହୋଇଥିଲା। ଏହି କାରଣରୁ ସୌଦି ଆରବର ଗୋଟିଏ ଦିନ ପରେ ୩୧ ମାର୍ଚ୍ଚରେ ଭାରତରେ ଇଦ ପର୍ବ ପାଳନ କରାଯିବ।

ପ୍ରତିଥର, ଭାରତର ଗୋଟିଏ ଦିନ ପୂର୍ବରୁ ସାଉଦି ଆରବରେ ଇଦ ଚାନ୍ଦ ଦେଖାଯାଏ। ତଥାପି, କେବେ ଇଦ ପାଳନ କରାଯିବ ତାହା ସମ୍ପୂର୍ଣ୍ଣ ଭାବରେ ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ।

ରମଜାନ ମାସ ଶେଷ ହେବା ପରେ ଦଶମ ମାସ ଶାୱାଲର ପ୍ରଥମ ତାରିଖରେ ଇଦ ପାଳନ କରାଯାଏ। ଏହି ଦିନ ଲୋକମାନେ ପରସ୍ପରକୁ ଇଦ ମୁବାରକ ଶୁଭେଚ୍ଛା ଜଣାଇଥାଆନ୍ତି, ଇଦଗାହରେ ନମାଜ ପାଠ କରାଯାଏ ଏବଂ ମିଠା ସେବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ଇଦ-ଉଲ-ଫିତର ଦେଶର ବିଭିନ୍ନ ବଜାରରେ ଗହଳି ଏବଂ ଚହଳି ବୃଦ୍ଧି କରିଛି। ଲୋକମାନେ ବେକେରୀ, ମିଠା, ରେଡିମେଡ ପୋଷାକ ଏବଂ କ୍ରୋକରୀ ଦୋକାନରେ ଜୋରସୋରରେ କିଣାବିକା କରାଯାଏ। ବ୍ୟବସାୟୀମାନେ କୁହନ୍ତି ଯେ ବେକେରୀ ଦୋକାନଗୁଡ଼ିକରେ କ୍ରେତାଙ୍କ ଲମ୍ବା ଧାଡ଼ି ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା

ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

୨୦୨୫ ପୂର୍ବର ସମ୍ପତ୍ତି ଓ୍ବକଫ୍‌ ବିଲ୍‌ରେ ହିଁ ରହିବ, ଜାଣନ୍ତୁ କେନ୍ଦ୍ର ସରକାର ଆଣୁଥିବା ନୂଆ ବିଲ୍‌ରେ କ’ଣ ରହିଛି…

ନୂଆଦିଲ୍ଲୀ,୧ା୪: ଲୋକ ସଭାରେ ଓ୍ବକଫ୍‌ ବିଲ୍‌ ସଂସଦର ଏହି ଅଧିବେଶନରେ ସରକାର ଓ୍ବକଫ୍‌ ସଂଶୋଧନ ଆଇନ ଆଗତ କରିବାକୁ ଯାଉଛନ୍ତି। ଭାଜପା ଏବଂ କଂଗ୍ରେସ ୨...

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର...

ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ

ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍‌ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ...

ଭାରତରେ ହେବ ଭୟଙ୍କର ଭୂକମ୍ପ? ଡରାଉଛି IIT ବୈଜ୍ଞାନିକଙ୍କ ଚେତାବନୀ

କାନପୁର,୧।୪: ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ମ୍ୟାନମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ମ୍ୟାନମାରରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image