ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍- ଉଜ୍-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି। ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା କଟକଣା ଥିବା ବେଳେ ଅନ୍ୟପଟେ ଇଦ୍- ଉଜ୍-ଜୁହା ନିଆରା ଭାବେ ପାଳନ କରାଯାଉଛି। ତେବେ କରୋନା ମହାମାରୀ ଯୋଗୁ କଟକଣାକୁ ନେଇ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦ୍ଗାହାରେ ମଧ୍ୟ ନମାଜ ପାଠ କରାଯାଇଛି। ତେବେ ଏହି ନମାଜ ପାଠ କେବଳ ପାଞ୍ଚଜଣକୁ ନେଇ ଅନୁଷ୍ଠିତ ହୋଇଛି ।