ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର ସାଧନା ସହ ସଂଯମ କରି ରମଜାନ ମାସକୁ ଉପବାସ ଭାବରେ ପାଳନ କରିଥିଲେ। ରବିବାର ସନ୍ଧ୍ୟାରେ ଚନ୍ଦ୍ର ଦେଖି ସୋମବାର ମୁସଲମାନ ସମ୍ପ୍ରଦାୟର ଭଉଣୀ, ଭାଇମାନେ ପ୍ରେମ ଓ ଭାଇଚାରାର ପର୍ବ ଇଦ ଉଲ ଫିତର ଆନନ୍ଦଉଲ୍ଲାସର ସହ ପାଳନ କରିଥିଲେ।

ମୁସଲିମ ସମ୍ପ୍ରଦାୟର ସମସ୍ତ ଭାଇମାନେ ନୂତନ ବସ୍ତ୍ର ପରିଧାନ କରି ବରଗଡ ଡେମ କଲୋନୀସ୍ଥିତ ଇଦଗାହ ପଡିଆରେ ସମବେତ ହୋଇ ଥିଲେ। ସେଠାରେ ବରଗଡ ସୁନ୍ନି ବରେଲବୀ ଜାମା ମସଜିଦର ମୌଲାନା ମହମ୍ମଦ କିସମତ ଅଳି ରିଜବୀଙ୍କ ଅଧ୍ୟକ୍ଷତାରେ ସାମୁହିକ ନମାଜ ପାଠ ହୋଇଥିଲା। କାର୍ଯ୍ୟକ୍ରମରେ ଏହି ପର୍ବର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ମୁସଲମାନ ସମ୍ପ୍ରଦାୟକୁ ଅବଗତ କରାଯିବା ସହିତ ମିଳିତ ଭାବରେ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା ହୋଇଥିଲା। ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ନି ଜାମା ମସଜିଦ କମିଟି ଅଧ୍ୟକ୍ଷ ଶେଖ ଅସଗର, ସମ୍ପାଦକ ଏମଡି ନିଜାମ, ଏମଡି ନଇମ, ଜାନିସାର ଅନସାରୀ, ମହମ୍ମଦ ଭିକି, ଶେଖ ନଜିମୁଦ୍ଦିନ, ମହମ୍ମଦ ନଇମ, ଶେଖ ନସିମୁଦ୍ଦିନ, ଗୁଲାମ ଗୌସ, ଗୁଲାମ ରସୁଲ, ମହମ୍ମଦ ଅସ୍କାଲାନି, ଶେଖ ଜାଫର, ଶେଖ ସବଦର, ଶେଖ ମୁର୍ତ୍ତୁଜା, ମହମ୍ମଦ ଆଲାଦ୍ଦିନ, ମହମ୍ମଦ ବବଲୁ, ମହମ୍ମଦ ଜମୀର, ମହମ୍ମଦ ଜିଆଉଲ, ମହମ୍ମଦ ଅସଲମ, ନାସିର ଖାନ, ମୋ.ଳତିଫ, ମୋ.ଇସଲାମ, ମୋ. ମାସୁମ, ମୋ. ରାଜୁ, ମୋ.ଜାଫର, ପ୍ରମୁଖ ସହଯୋଗ କରି ଥିଲେ । ଏହି ଅବସରରେ ଘରେ ଘରେ ସମସ୍ତେ ମିଠା, ପିଠାପଣା ଆଦି ସୱାଦିଷ୍ଟ ଖାଦ୍ୟ ଖାଇ ପର୍ବ ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

ରାସ୍ତାକଡ଼ ପାଉଁଶରେ ପଡି ଶିଶୁ ମୃତ୍ୟୁ ଘଟଣା: ଗିରଫ ହେଲେ ରାଇସ୍ ମିଲ୍ ମାଲିକ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image