୧୧ରେ ପାଳନ ହେବ ଇଦ୍‌

କଟକ,୧୦ା୪ (କାର୍ତ୍ତିକ ସାହୁ):ଆସନ୍ତା ୧୧ ତାରିଖରେ ଇଦ୍‌ ପର୍ବ ପାଳନ ହେବ। ଏନେଇ କଟକ ଦିଓ୍ବାନବଜାରସ୍ଥିତ ଅଞ୍ଜୁମାନ ଇସ୍‌ଲାମିଆ ଅହେଲ ସୁନତ ଓ ଜମାତ୍‌ ଚାନ୍ଦ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ଲିଆକତ୍‌ଉଦ୍ଦିନ୍‌ ଅହେମ୍ମଦ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଅହେମ୍ମଦଙ୍କ କହିବାନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଚାନ୍ଦ ଦର୍ଶନ ହୋଇପାରିନାହିଁ। ଫଳରେ ବୁଧବାର ଇଦ୍‌ ପର୍ବ ପାଳନ କରାଯିବ ନାହିଁ। ତେଣୁ ରାଜ୍ୟର ସମସ୍ତ ମୁସଲମାନ ଭଉଣୀଭାଇ ୧୧ ତାରିଖରେ ଏହି ପର୍ବକୁ ଶୃଙ୍ଖଳିତ ଭାବେ ଉତ୍ସାହର ସହ ପାଳନ କରିବାକୁ ସେ ନିବେଦନ କରିଛନ୍ତି।

Share