୯ ମାସ ପରେ ଖୋଲିଲା ଇଫେଲ୍‌ ଟାଓ୍ବାର

ପ୍ୟାରିସ୍‌, ୧୬।୭: କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର କେବେ ଏତେଦିନ ବନ୍ଦ ରହି ନ ଥିଲା। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୈନିକ ୧୩,୦୦୦ ଦର୍ଶକଙ୍କୁ ଟାଓ୍ବାର ଉପରକୁ ଯିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ଦର୍ଶକମାନଙ୍କୁ କୋଭିଡ୍‌ ଟିକା ନେଇଥିବା ପ୍ରମାଣ ପତ୍ର କିମ୍ବା ନେଗେଟିଭ୍‌ କୋଭିଡ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଦୀର୍ଘଦିନ ବନ୍ଦ ରହିବା ଫଳରେ ଉକ୍ତ ଟାଓ୍ବାର ପରିଚାଳନା ଦାୟିତ୍ୱ ନେଇଥିବା କମ୍ପାନୀ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ଉକ୍ତ କୀର୍ତ୍ତିରାଜିକୁ ଚଳାଇବାକୁ ହେଲେ ସରକାର ୬୦ ନିୟୁତ ୟୁରୋ ଯୋଗାଇଦେବାକୁ କମ୍ପାନୀ ଦାବି କରିଛି।

Share