ତାଇଓ୍ବାନ ଅଞ୍ଚଳରେ ଚାଇନା ଯୁଦ୍ଧବିମାନର ଅନୁପ୍ରବେଶ

ତାଇପେଇ,୨୪।୬: ଚାଇନା ତା’ର ବିସ୍ତାରବାଦୀ ଏବଂ ଏକଛତ୍ରବାଦୀ ନୀତିକୁ ଛାଡି ପାରୁନାହିଁ। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର ରେଖା ଅତିକ୍ରମ କରିଛି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଶନିବାର ଆଠଟି ଚାଇନା ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର ସେଣ୍ଟ୍ରାଲ ଲାଇନ ପାର କରିଥିଲା। ପରେ ତାଇୱାନ ଉପକୂଳର ୨୪ନଟିକାଲ ମାଇଲ (୪୪.୪ କିଲୋମିଟର) ଭିତରକୁ ଆସିଥିଲା।

Share