ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ, ୫୬ ବର୍ଷୀୟ ବ୍ୟକ୍ତି, କୋରାପୁଟର ୪୯ ବର୍ଷୀୟ ବ୍ୟକ୍ତି, ରାୟଗଡ଼ାର ୩୮ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ର ୮୦ ବର୍ଷୀୟ ବୃଦ୍ଧ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share