ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି ଦୁଇ ଅଭିଯୁକ୍ତ। ଟାୱାର ଉପରେ ଥାଇ ଘଟଣାକୁ ଦେଖିଥିବା ଜଣେ ବ୍ୟକ୍ତିଙ୍କର ବୟାନ ପୋଲିସ ରେକର୍ଡ କରିଛି।

ଅଭିଯୁକ୍ତ ଦ୍ୱୟ ହେଲେ ଅଲେଖ ମାଝୀ (୨୦)ପିତା ଅଭି ଓ ପରମାନନ୍ଦ ଦିଶାରି (୨୪) ପିତା ନୀଳକଣ୍ଠଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଚାଳିତମାସ ୧୭ ତାରିଖ ରେ ହୋଇଥିବା ଘଟଣା ପୀଡିତାଙ୍କ ପରିବାରର ଏତଲାକୁ ଭିତ୍ତି କରି କେଶ୍ ନମ୍ବର ୨୨୨/୧୮/୦୯/୨୪ ରେ ମାମଲା ହୋଇଥିଲା ବି ଏନ୍ ଏସ ୨୦୨୩ ର ଧାରା ୧୦୩(୧)୨୩୮(a) ରେ ମାମଲା ହୋଇଛି।

ମଙ୍ଗଳବାର ଏ ନେଇ ଖବରଦାତା ସମ୍ମିଳନୀ କରି ଡି ଆଇ ଜି. ମୀନା ବିସ୍ତୃତ ଭାବେ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସୁଚ ଦେଇଥିଲେ। ତଦନ୍ତ ପ୍ରକ୍ରିୟାରେ ଏସଡିପିଓ କୃଷ୍ନ ଚନ୍ଦ୍ର ଭତ୍ରା,ଆର୍ କେ ଦାସ ,ମିନାକ୍ଷୀ ଠାକୁର , ଏମକେ ପୂଜାରୀ ଆଇ ଆଇ ସି ଏସ ବେହେରା, ଡି ଜେନା ,ଗୋପାଳକୃଷ୍ଣ ଆଗୁପତ୍ର ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଅଭିଯୁକ୍ତଙ୍କୁ କଣ୍ଟା ଗାଁ’ରୁ ଗିରଫ କରିଛନ୍ତି। ଫରେନ୍ସିକ ଟିମ୍ ଓ ସାଇବର ଟିମ୍ ର ସାହାଯ୍ୟ ମଧ୍ୟ ତଦନ୍ତରେ ନିଆଯାଇଥିଲା। ଅଭିଯୁକ୍ତ ତଥା ସାକ୍ଷୀ ଆଦି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଅଭିଯୁକ୍ତଙ୍କୁ କୋଠରରୁ କୋଠର ଶାସ୍ତି ଦେବା ପାଇଁ ପ୍ରମାଣ ସଂଗ୍ରହ କରାଯିବ ବୋଲି କହିଛନ୍ତି।

ଘଟଣାକୁ ୮ ଦିନ ବିତି ଯାଇଥିବାରୁ ପୋଲିସ ଉପରେ ବିଭିନ୍ନ ସ୍ତରରୁ ଚାପ ପଡ଼ିଆସୁଥିଲା ଏଥିସହ ପ୍ରଶାସନ ତରଫରୁ ସମ୍ପୃକ୍ତ ନିରୀହ ଆଦିବାସୀ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ମଧ୍ୟ ଦାବି ହେଉଥିଲା। ଡିଏଲଏସଏ’କୁ ଅନୁକମ୍ପା ରାଶି ପାଇଁ ଲେଖା ଯାଇଛି ବୋଲି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଉକ୍ତ ଘଟଣା ର ପ୍ରତିବାଦ ରେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ତରଫରୁ ତେନ୍ତୁଳିଖୁଣ୍ଟି ବ୍ଲକ, ତହସିଲ,ଶିକ୍ଷା ବିଭାଗ, ସମସ୍ତ ସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର ବନ୍ଦ କରିଥିଲେ। ଉକ୍ତ ବନ୍ଦ ଡାକରା ରେ ମାନବ ସେବା ଗ୍ରୁପ ର ସମସ୍ତ ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, କଲେଜ ଛାତ୍ର ଛାତ୍ରୀ, ସରପଞ୍ଚ ସଂଘ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ  ସାମିଲ ହୋଇଥିଲେ। ପ୍ରଥମ ତିନି ଦିନ ବିଭିନ୍ନ ଦଳର ନେତା ,ପୂର୍ବତନ ସାଂସଦ ପୂର୍ବତନ ବିଧାୟକ ବିଧାୟକ ପ୍ରାର୍ଥୀ ସମେତ ବିଧାୟକ ଗୌରୀଶଙ୍କର ମାଝୀ ,ମନୋହର ରନ୍ଧାରି ରାମ ଚନ୍ଦ୍ର କଡମ୍ ,ମଙ୍ଗୁ ଖିଲ ସମେତ ସାଂସଦ ସପ୍ତଗିରୀ ଶଙ୍କର ଉଲ୍କାକା ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଘଟଣାସ୍ଥଳକୁ ଯିବା ସହ ପରିବାରକୁ ଭେଟି ସାନ୍ତ୍ଵନା ଦେଇଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ରେ ଏଭଳି ପାଶବିକ କାଣ୍ଡ କେବେ ହୋଇନଥିବା ରୁ ଭୟ ଓ ଆଶଙ୍କା ରେ ସବୁ ବର୍ଗର ଲୋକେ ରହିଥିଲେ । ଆଜି ଅଭିଯୁକ୍ତ ଧରାପଡ଼ିବା ପରେ ଆଶ୍ୱସ୍ତି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୪ା୯(ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମାରେ ୨ ମାଓବାଦୀ ସୋଡି ଭୀମା ଓ ମୁଦାମି ହଣ୍ଡା ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସୋଡିଙ୍କ ନାମରେ...

ସେପ୍ଚେମ୍ବର ୨୭, ୨୮ରେ ଜିଲାପାଳ ସମ୍ମିଳନୀ: ‘ସୁଭଦ୍ରା’ ସଫଳତା ପାଇଁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୪।୯: ମଙ୍ଗଳବାର ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା...

ଓଡ଼ିଶା ଭିତରେ ଗ୍ରୁପ୍-ଏ ଅଧିକାରୀମାନେ ବିମାନରେ ଯାତ୍ରା କରିପାରିବେ: ସରକାର ଦେଲେ ଅନୁମତି

ଭୁବନେଶ୍ୱର,୨୪।୯: ଏଣିକି ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିପାରିବେ ସରକାରୀ ଅଧିକାରୀ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟ ଅର୍ଥ...

କେବେ ହେବ ଦଶମ ଷାଣ୍ମାସିକ ପରୀକ୍ଷା? ବୋର୍ଡ ଦେଲା ବଡ଼ ସୂଚନା

ଭୁବନେଶ୍ୱର,୨୪।୯: ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଷାଣ୍ମାସିକ ପରୀକ୍ଷା କେବେ ହେବ ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ତାକୁ ନେଇ...

ଜୟ ମହାକାଳ ଫାଉଣ୍ଡେସନର ରକ୍ତଦାନ ଶିବିର , ଥାଲାସେମିଆ ରୋଗୀଙ୍କ ପାଇଁ ବଡ଼ ପଦକ୍ଷେପ

ଯାଜପୁର,୨୪।୯: ରକ୍ତଦାନ ମହତଦାନ । ଏହା ଆଉ ଏକ ଜୀବନକୁ ବଞ୍ଚେଇ ରଖେ । ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଜରୁରୀକାଳୀନ ପରିସ୍ଥିତି...

ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌…

ଭୁବନେଶ୍ୱର,୨୪।୯: ପ୍ରଥମ କିସ୍ତିରେ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri