Categories: ଖେଳ

ଲଣ୍ଡନରେ ପହଞ୍ଚିଲେ ୮ ଇଂଲଣ୍ଡ ଖେଳାଳି, ଏବେ ବି ଅଟକିଛନ୍ତି ମୋର୍ଗାନ

ନୂଆଦିଲ୍ଲୀ,୫।୫ : ଆଇପିଏଲ ସ୍ଥିଗିତ ହେବା ପରେ ଇଂଲଣ୍ଡର ୮ ଖେଳାଳି ବୁଧବାର ଲଣ୍ଡନ ଫେରିଛନ୍ତି। ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ୍‌ ସ୍ଥଗିତ ରଖାଯିବା ପରେ ଇଂଲଣ୍ଡ ଦଳର ସଦସ୍ୟମାନେ ଦିଲ୍ଲୀରୁ ଫ୍ଲାଇଟ୍‌ ନେଇଥିଲେ। ଜନ୍ନି ବେଆରଷ୍ଟୋ, ଜୋସ ବଟଲର, ସାମ ବିଲିଙ୍ଗ୍ସ, କ୍ରିସ ଓ୍ବକ୍ସ, ମୋଇନ ଅଲି, ଜାସନ ରୟ ଓ କୁରାନ ବ୍ରଦର୍ସ ଲଣ୍ଡନରେ ପହଞ୍ଚିଥିବା ଇଂଲଣ୍ଡ ପ୍ରବକ୍ତା କହିଛନ୍ତି।

ସରକାରଙ୍କ ସ୍ବୀକୃତି ପ୍ରାପ୍ତ ହୋଟେଲରେ ସେମାନେ କ୍ୱାରେଣ୍ଟିନରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଇଆନ ମୋର୍ଗାନ, ଦାଓ୍ବିଦ ମଲାନ ଓ ଅଲରାଉଣ୍ଡର କ୍ରିସ ଜୋର୍ଡାନ ଭାରତରେ ଅଟକିଛନ୍ତି। ସେମାନେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ।

Share